ବ୍ୟାଙ୍କ୍ କର୍ମଚାରୀଙ୍କୁ ପାଇଖାନାରେ ତାଲା ପକାଇ ୩୨ କେଜି ସୁନା ଲୁଟିନେଲେ

ଚେନ୍ନାଇ : ଚେନ୍ନାଇର ଏକ ବ୍ୟାଙ୍କ୍‌ରୁ ଆଜି ସନ୍ଧ୍ୟାରେ ଚୋରି ହୋଇଛି। ୩ ଜଣ ବ୍ୟକ୍ତି ମୁହଁରେ କପଡ଼ା ବାନ୍ଧି ଚେନ୍ନାଇର ଏକ ବ୍ୟାଙ୍କ୍‌ରେ ପଶିଥିଲେ। ସେମାନ‌େ ଷ୍ଟ୍ରଙ୍ଗରୁମ୍‌ର ଚାବି ନେଇଯାଇଥିଲେ ଏବଂ ବ୍ୟାଙ୍କ୍‌ର ସମସ୍ତ କର୍ମଚାରୀଙ୍କୁ ବଳପୂର୍ବକ ଏକ ପାଇଖାନାରେ ପୂରାଇ ତାଲା ପକାଇ ଦେଇଥିଲେ। ଏହାପରେ ସେମାନେ ବ୍ୟାଙ୍କ୍‌ରୁ ୩୨ କିଲୋଗ୍ରାମ ସୁନା ଏବଂ ଅନେକ କୋଟି ଟଙ୍କା ଲୁଟି ନେଇଛନ୍ତି। ୩ ଚୋରଙ୍କ ମଧ୍ୟରୁ ଜଣେ ବ୍ୟାଙ୍କ୍‌ର କର୍ମଚାରୀ ବୋଲି ଜଣାପଡ଼ିଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି। ଦ୍ବିତୀୟ ଶନିବାର ପାଇଁ ବ୍ୟାଙ୍କ୍‌ ଆଜି ବନ୍ଦ ଥିଲା। କିଛି କର୍ମଚାରୀ ଆକାଉଣ୍ଟ୍‌ କାମ ପାଇଁ ଅଫିସରେ ଉପସ୍ଥିତ ଥିଲେ। ବ୍ୟାଙ୍କ୍‌ର ସୁରକ୍ଷାକର୍ମୀଙ୍କ ଅନୁଯାୟୀ ୩ ଜଣ ଲୋକ ତାଙ୍କୁ ମୃଦୁପାନୀୟ ପିଇବାକୁ ଦେଇଥିଲେ। ସେମାନଙ୍କ ମଧ୍ୟରେ ବ୍ୟାଙ୍କ୍‌ର ଜଣେ କର୍ମଚାରୀ ଥିବାରୁ ସେ କିଛି ସନ୍ଦେହ ନକରି ତାହା ପିଇ ଦେଇଥିଲେ। ଏହାପରେ ସୁରକ୍ଷାକର୍ମୀ ଅଚେତ ହୋଇ ପଡ଼ିବାପରେ ସେମାନେ ବ୍ୟାଙ୍କରେ ପଶିଥିଲେ।

ସମ୍ବନ୍ଧିତ ଖବର