ନୂଆଦିଲ୍ଲୀ : ପଂଜାବରେ ବିଷାକ୍ତ ମଦ ପିଇ ୩୨ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ତରନତାରନ, ବଟାଲା ଏବଂ ଗୁରୁଦାସପୁର ଜିଲ୍ଲାରେ ବିଷାକ୍ତ ମଦ ଯୋଗୁଁ ଦୁଇ ଦିନ ମଧ୍ୟରେ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ସରକାର ସ୍ପଷ୍ଟ କରିଛନ୍ତି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପଂଜାବ ପୁଲିସ ମହାନିର୍ଦ୍ଦେଶକ ଦିନକର ଗୁପ୍ତା କହିଛନ୍ତି ଯେ ମୃତ୍ୟୁର ପ୍ରଥମ ୫ଟି ମାମଲା ୨୯ ତାରିଖ ବିଳମ୍ବିତ ରାତିରେ ଜଣାପଡ଼ିଥିଲା ଏବଂ ଆଜି ସୁଦ୍ଧା ଏହି ସଂଖ୍ୟା ୩୨ରେ ପହଞ୍ଚିଛି। ୩ଟି ଜିଲ୍ଲାକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ବାରା ଯୋଗାଣ ହୋଇଥିବା ମଦ ଯୋଗୁଁ ଏଭଳି ବିଭୀଷିକା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ମଦ ମୃତ୍ୟୁ ହୋଇଥିବା ସମସ୍ତ ଅଂଚଳରେ ବ୍ୟାପକ ଚଢ଼ଉ ଚାଲିଛି । କେତେକ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ପଂଜାବରେ ବିଷାକ୍ତ ମଦ ପିଇ ୩୨ ମୃତ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2020/08/captan-01-70-1596192792-447515-khaskhabar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)