ଇସ୍ତାନ୍ବୁଲ୍: ଶନିବାର ଦିନ ଦକ୍ଷିଣପୂର୍ବ ତୁର୍କୀରେ ପୂର୍ବରୁ ଦୁର୍ଘଟଣା ଘଟିଥିବା ଗୋଟାଏ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଚଳାଇଥିବା ଟିମ୍ ଉପରକୁ ଗୋଟାଏ ବସ୍ ମାଡ଼ିଯିବା ଏବଂ ଅନ୍ୟ ଏକ ସ୍ଥାନରେ ଗୋଟାଏ ଟ୍ରକ୍ ଦୁର୍ଘଟଣାଗ୍ରସ ହେବାରୁ ସମୁଦାୟ ୩୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।
ଦକ୍ଷିଣପୂର୍ବାଞ୍ଚଳ ପ୍ରଦେଶ ଗାଜିଆନ୍ତେପ୍ର ଆଞ୍ଚଳିକ ରାଜ୍ୟପାଳ ଦାବୁତ୍ ଗୁଲ୍ କହିଛନ୍ତି, ଆଗରୁ ଦୁର୍ଘଟଣା ଘଟିଥିବା ସ୍ଥାନରେ ପୁଣି ଗୋଟାଏ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଜରୁରୀକାଳୀନ କର୍ମୀ ଏବଂ ସାମ୍ବାଦିକଙ୍କ ସମେତ ୧୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଆଉ ୨୦ଜଣ ଚିକିତ୍ସାଧୀନ ଅଛନ୍ତି।
Image Courtesy of BBCଗାଜିଆନ୍ତେପ୍ର ପୂର୍ବରେ ଥିବା ଉକ୍ତ ରାସ୍ତାରେ ହୋଇଥିବା ଦୁର୍ଘଟଣାସ୍ଥଳରୁ ଗୁଲ୍ କହିଛନ୍ତି, ଆଜି ସକାଳ ପ୍ରାୟ ୧୦.୪୫ରେ ଗୋଟାଏ ଯାତ୍ରୀବାହୀ ବସ୍ ଏଠାରେ ଦୁର୍ଘଟଣା ଘଟାଇଥିଲା। ସେଠାରେ ଦମକଳ ବାହିନୀ, ଡାକ୍ତରୀ ଟିମ୍ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ କରୁଥିଲେ। ଏହି ସମୟରେ ୨୦୦ ମିଟର୍ ପଛରୁ ଆଉ ଏକ ବସ୍ ଆସି ଧକ୍କା ଖାଇଲା। ପରେ ଧକ୍କା ଦେଇଥିବା ଦ୍ବିତୀୟ ବସ୍ଟି କଡ଼େଇ ହୋଇପଡ଼ିବାରୁ ଉଦ୍ଧାକାରୀମାନେ ମଧ୍ୟ ମୃତାହତ ହୋଇଥିଲେ।
ସେହିପରି, ମାର୍ଡିନ୍ ଜିଲ୍ଲାର ଦେରିକ୍ ପୂର୍ବାଞ୍ଚଳର ୨୫୦ କିମି ଦୂରବର୍ତ୍ତୀ ଏକ ସ୍ଥାନରେ ଗୋଟାଏ ଟ୍ରକ୍ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିଯୋଗୁଁ ଆଉ ୧୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ଓ ୨୯ଜଣ ଆହତ ହୋଇଛନ୍ତି ବୋଲି ତୁର୍କୀର ସ୍ବାସ୍ଥ୍ୟମନ୍ତ୍ରୀ ଫାରେତ୍ତିନ୍ କୋକା କହିଛନ୍ତି। ଆହତମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କଥା ମଧ୍ୟ ସେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/cs.jpg)