ଜୟପୁର: ଦେଶରେ ଟିକାର ଅଭାବ ଦେଖା ଦେଉଥିବା ବେଳେ ରାଜସ୍ଥାନର ଜୟପୁରରେ ଟିକା ଚୋରି ହୋଇଥିବାର ଖବର ମିଳିଛି। ଶୀତଳ ଭଣ୍ଡାରରୁ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଟିକାକରଣ କେନ୍ଦ୍ରକୁ ନିଆଯାଉଥିବା ବେଳେ କିଛି ଦୁର୍ବୃତ୍ତ ଟିକାର ୩୨୦ ଡୋଜ ଚୋରି କରି ନେଇଥିବା ଜଣାପଡ଼ିଛି।
ଟିକାର ୩୨ଟି ଭାଏଲ ଚୋରି ହୋଇଥିବା ଜଣାପଡ଼ିଛି। ଏହି ଘଟଣା ଜୟପୁରର ଶାସ୍ତ୍ରୀ ନଗରରେ ଥିବା କନୱାଟିଆ ହସ୍ପିଟାଲରେ ଘଟିଛି। ଡାକ୍ତରଖାନା ଅଧୀକ୍ଷକ ପୁଲିସ ନିକଟରେ ଏକ ମାମଲା ରୁଜୁ କରିଛନ୍ତି। ମୁଖ୍ୟ ଚିକିତ୍ସା ଅଧିକାରୀ ନରୋତ୍ତମ ଶର୍ମା କହିଛନ୍ତି, "ଡାକ୍ତରଖାନାରୁ ୩୨୦ଡୋଜ ଟିକା ଚୋରି ହୋଇଯାଇଛି। ପ୍ରଥମେ ଡାକ୍ତରଖାନାରୁ ୩୨୦ଡୋଜ ଟିକା ଚୋରି ହୋଇଥିବା ଜାଣି ଆମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ। ପରେ ଆମେ ଘଟଣାର ତଦନ୍ତ କରି ପୁଲିସ ନିକଟରେ ମାମଲା ଦାୟର କରିଛୁ।
/sambad/media/post_attachments/f1a30b75e5f93962ad1928d3df5ce243acc3e3e5731fb3247adc6d3ba7a1e1c2.jpg)
ଏବେ ରାଜସ୍ଥାନ ୧୦ମିଲିୟନରୁ ଅଧିକ ଡୋଜ ଟିକା ଦେଇ ମହାରାଷ୍ଟ୍ର ପରେ ଟିକା ଦେବାରେ ଦ୍ୱିତୀୟ ରାଜ୍ୟ ହୋଇପାରିଛି। ରବିବାର ପର୍ଯ୍ୟନ୍ତ, ୯୯.୮୩ଲକ୍ଷ ଡୋଜ ଦିଆଯାଇଥିଲା ଏବଂ ଏହି ସଂଖ୍ୟା ବର୍ତ୍ତମାନ ୧୦ମିଲିୟନ୍ ମାର୍କ ଅତିକ୍ରମ କରିଛି।