ହସ୍ପିଟାଲ୍‌ରୁ ୩୨୦ ଡୋଜ୍‌ କୋଭାକ୍ସିନ୍‌ ଟିକା ଚୋରି

ନୂଆଦିଲ୍ଲୀ : ଜୟପୁରର ଏକ ସରକାରୀ ହସ୍ପିଟାଲ୍‌ରୁ ୩୨୦ ଡୋଜ୍‌ କୋଭାକ୍ସିନ୍‌ ଟିକା ଚୋରି ହୋଇଯାଇଛି। କୋଲ୍ଡ ଷ୍ଟୋରେଜ୍‌ରୁ ଟିକାଦାନ କେନ୍ଦ୍ରକୁ ଟିକା ପରିବହନ ହେବା ସମୟରେ ଏହି ଚୋରି ହୋଇଥିବା ଜଣାପଡ଼ିଛି। ତେବେ ଜୟପୁର ହସ୍ପିଟାଲ୍‌ରେ ଟିକା ପରିବହନ ହେବା ସମୟରେ ଚୋରି ହୋଇଯିବା ଆଶ୍ଚର୍ଯ୍ୟଜନକ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଜୟପୁର ଶାସ୍ତ୍ରୀନଗର ସ୍ଥିତ କନ୍‌ୱତିୟା ହସ୍ପିଟାଲ୍‌ରେ ଏହି ଘଟଣା ଘଟିଛି। ମୁଖ୍ୟ ମେଡିକାଲ ଅଫିସର ନରୋତ୍ତମ ଶର୍ମା କହିଛନ୍ତି, ହସ୍ପିଟାଲ୍‌ରୁ ୩୨୦ ଡୋଜ୍‌ ଚୋରି ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ଏବଂ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର