ଆମେରିକାରେ କରୋନାର ସାଂଘାତିକ ରୂପ, ଗୋଟିଏ ଦିନରେ ୩୨୫୩ ଆକ୍ରାନ୍ତ ମୃତ

ଓ୍ଵାସିଂଟନ : ଆମେରିକାରେ କରୋନା ମହାମାରୀର ପ୍ରକୋପ ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି । ଗତ ବୁଧବାରଦିନ ଆମେରିକାରେ ଦୈନିକ କରୋନା ଜନିତ ମୃତ୍ୟୁସଂଖ୍ୟା ପ୍ରଥମ ଥର ପାଇଁ ୩ ହଜାର ଟପିଯାଇଛି ।

ଆମେରିକା ସରକାରଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ବୁଧବାର ଦିନ ଆମେରିକାରେ ମୋଟ ୩୨୫୩ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହି ଦୈନିକ ମୃତ୍ୟୁସଂଖ୍ୟା ଆମେରିକାରେ ହୋଇଥିବା ପର୍ଲ ହାର୍ବର ଆକ୍ରମଣ ଓ ୯-୧୧ ଆକ୍ରମଣ ରେ ହୋଇଥିବା ମୃତ୍ୟୁସଂଖ୍ୟାଠାରୁ ଅଧିକ ।  ଏହା ସହିତ ଆମେରିକାରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୨୮୯୭୪୦ ରେ ପହଞ୍ଚିଛି ।

ଦିନକୁ ଦିନ କରୋନା ମହାମାରୀର ପ୍ରକୋପ ବଢୁଥିବାରୁ ଆମେରିକାରେ ଆସନ୍ତା କ୍ରିସମାସ (ବଡ଼ଦିନ) ପର୍ବ ପାଳନକୁ ରଦ୍ଦ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆହ୍ଵାନ ଜଣାଇଛନ୍ତି ।

ଆମେରିକାର ଭାବି ରାଷ୍ଟ୍ରପତି ଜୋ ବାଇଡେନଙ୍କ କୋଭିଡ ପରାମର୍ଶଦାତା ଡ. ମାଇକେଲ ଓଷ୍ଟରହୋମ କହିଛନ୍ତି ଯେ ଦେଶରେ ଏବେ ଖ୍ରୀଷ୍ଟମାସ ଉତ୍ସବ ପାଳନ କରିବା ସୁରକ୍ଷିତ ନୁହେଁ ।

 

ସମ୍ବନ୍ଧିତ ଖବର