୩୩. ୫ କୋଟି ଜନଧନ ଖାତାରୁ ୨୫.୬ କୋଟିି ଖାତା ସକ୍ରିୟ

ନୂଆଦିଲ୍ଲୀ: ଛଅ କୋଟି ଗ୍ରାମାଞ୍ଚଳ ଏବଂ ଦେଢ଼ କୋଟି ସହରାଞ୍ଚଳ ପରିବାର ଯାଏଁ ଜନଧନ ଯୋଜନାକୁ ପହଞ୍ଚାଇବା ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଥିଲା। ଏଥିରେ ୩୩ କୋଟି ୫୦ ଲକ୍ଷ ଲୋକଙ୍କ ଖାତା ଖୋଲା ଯାଇଥିଲା। ଏଥିମଧ୍ୟରୁ ୨୫ କୋଟି ୬୦ ଲକ୍ଷଟି ଖାତାର ପରିଚାଳନା ଚାଲିଛି। ଏହି ଖାତାଗୁଡ଼ିକରେ ଥିବା ଜମା ରାଶିର ପରିମାଣ ପ୍ରାୟ ୮୫ ହଜାର ୪୯୪ କୋଟି ଟଙ୍କା। ସରକାର ଏବେ ଏହି ଯୋଜନାକୁ ଯେଉଁ ବୟସ୍କ ବ୍ୟକ୍ତିଙ୍କର ଜମା ଖାତା ନାହିଁ, ସେମାନଙ୍କ ପାଖରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି।

ଭାଜପା ସାଂସଦ ବରୁଣ ଗାନ୍ଧୀ ଓ ଆଂଗ୍‌ଲୋ ଇଣ୍ଡିଆନ୍‌ ସାଂସଦ ଜର୍ଜ ବେକରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ଉତ୍ତର ପ୍ରଦେଶରେ ସର୍ବାଧିକ ୫.୨ କୋଟି ଖାତା ଖୋଲାଯାଇଛି।ଏଥିରେ ୧୪ ହଜାର ୮୮୨ କୋଟି ଟଙ୍କା ଜମା ହୋଇଛି। ଠିକ୍‌ ସେହିପରି ପଶ୍ଚିମବଙ୍ଗରେ ଖୋଲାଯାଇଥିବା ବ୍ୟାଙ୍କ ଖାତା ଗୁଡ଼ିକରେ ୧୧,୪୭୦ କୋଟି ଟଙ୍କା ଜମା ରହିଛି। ଏହାପରେ ବିହାରରେ ୮,୪୧୭ କୋଟି, ରାଜସ୍ଥାନରେ ୬୩୦୦ କୋଟି ମହାରାଷ୍ଟ୍ରରେ ୫୦୩୫ କୋଟି ଓ ମଧ୍ୟ ପ୍ରଦେଶରେ ୪୩୨୫ କୋଟି ଟଙ୍କାର ଜମା ରହିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର