ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମହତ୍ତ୍ୱାକାଂକ୍ଷା ଯୋଜନା ଆୟୁଷ୍ମାନ୍ ଭାରତରେ ରୋଗୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଜାତୀୟ ସ୍ୱାସ୍ଥ୍ୟ ଏଜେନ୍ସି ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ଡିସେମ୍ବର ମାସରେ ଦିନ ପ୍ରାୟ ୧୦ ହଜାର ରୋଗୀ ସାମିଲ ହେଉଛନ୍ତି। ଅକ୍ଟୋବର ମାସରେ ଏହି ସଂଖ୍ୟା ୨ ହଜାରରୁ ୫ ହଜାର ଥିଲା। ସେପ୍ଟେମ୍ବର ୨୩ ତାରିଖରେ ଲଞ୍ଚ୍ ହୋଇଥିବା ଆୟୁଷ୍ମାନ ଯୋଜନାରେ ଏଯାଏଁ ୬ ଲକ୍ଷ ୭୩ ହଜାର ରୋଗୀ ଚିକିତ୍ସିତ ହୋଇ ସାରିଥିବା କୁହାଯାଉଛି।
ଉତ୍ତର ପ୍ରଦେଶ ,ବିହାର ଓ ଝାଡ଼ଖଣ୍ଡରେ ଏହି ରୋଗୀମାନଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଥିବା ଜଣାଯାଇଛି। ଝାଡ଼ଖଣ୍ଡରେ ରୋଗୀଙ୍କ ସଂଖ୍ୟାରେ ୬୭ ପ୍ରତିଶତ,ଉତ୍ତର ପ୍ରଦେଶରେ ୭୦ ପ୍ରତିଶତ ଓ ବିହାରରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି।
ଆହୁରି ମଧ୍ୟ ଜଣାଯାଇଛି ଦାମିକା ଡେଣ୍ଟାଲ୍ ସର୍ଜରି ଲାଗି ରୋଗୀମାନଙ୍କର ଆୟୁଷ୍ମାନ୍ ଯୋଜନାରେ ବିଶେଷ ଭାବେ ସାମିଲ୍ ହେଉଛନ୍ତି। ଆୟୁଷ୍ମାନ୍ ଭାରତର ଉପ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଦିନେଶ ଅରୋରା କହିଛନ୍ତି ଯେ,ଏହି ଯୋଜନା ସଂପର୍କରେ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯିବା ହେତୁ ଏହି ସଂଖ୍ୟାରେ ଏଭଳି ବଡ଼ ପରିବର୍ତ୍ତନ ଆସିଛି।