ବାଇନାକୁଲାରରେ ଷ୍ଟାଡିୟମରୁ ମ୍ୟାଚ ଦେଖୁଥିବା ୩୩ ଜଣଙ୍କୁ ଗିରଫ କଲା ପୁଲିସ, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ପୁଣେ: ପଡିଆରେ ଚାଲିଥିଲା ମ୍ୟାଚ | ଆଉ ପଡ଼ିଆରୁ ଦୂରରେ ବସି ବାଇନାକୁଲାର ବା ଦୂରବୀକ୍ଷଣ ଯନ୍ତ୍ରରେ ମ୍ୟାଚ ଦେଖି ସଟ୍ଟା ଖେଳୁଥିବା ୩୩ ଜଣଙ୍କୁ ପୁଲିସ ଗିରଫ କରିଛି | ସେମାନଙ୍କ ନିକଟରୁ ୭୪ଟି ମୋବାଇଲ ସମେତ ୪୫ ଲକ୍ଷ ଟଙ୍କାର ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଛି | ଭାରତ-ଇଂଲଣ୍ଡ ମ୍ୟାଚ ସମୟରେ ସଟ୍ଟା ଖେଳୁଥିବା ଅଭିଯୋଗରେ ପୁଣେ ପୁଲିସ ୩୩ ଜଣଙ୍କୁ ଗିରଫ କରିଛି | ମିଳିଥିବା ସୂଚନା ମୁତାବକ ଏହି ଲୋକମାନେ ମ୍ୟାଚ ଉପରେ ନଜର ରଖୁଥିଲେ |

ଦୂରବୀକ୍ଷଣ ଯନ୍ତ୍ର ମଧ୍ୟରେ ଏମାନେ ପଡ଼ିଆରୁ ମ୍ୟାଚ ଦେଖି ସଟ୍ଟା ଖେଳୁଥିଲେ | ଗିରଫ ହୋଇଥିବା ବ୍ୟକ୍ତିମାନେ ଦେଶର ବିଭିନ୍ନ ରାଜ୍ୟର ହୋଇଥିବାବେଳେ ମ୍ୟାଚ ଦେଖିବାକୁ ପୁଣେ ଆସିଥିଲେ | ତେବେ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଦର୍ଶକଙ୍କୁ ପ୍ରବେଶ ଉପରେ କଟକଣା ଜାରି କରିଥିବାରୁ ଏମାନେ ଷ୍ଟାଡିୟମ ପାଖରେ ଥିବା ଏକ ଉଚ୍ଚ ଘରର ଛାତରେ ବସି ଦୂରବୀକ୍ଷଣ ଯନ୍ତ୍ର ମାଧ୍ୟମରେ ଖେଳ ଦେଖୁଥିଲେ | ଆଉ ଖେଳ ଦେଖିବା ସହ ସଟ୍ଟା ଖେଳୁଥିଲେ |

ସ୍ଥାନୀୟ ଲୋକ ଏମାନଙ୍କ ବାବଦରେ ପୁଲିସକୁ ଖବର ଦେବା ପରେ ପୁଲିସ ଆସି ଗିରଫ କରିଥିଲା | ଏମାନଙ୍କ ପାଖରୁ ୭୪ଟି ମୋବାଇଲ ଫୋନ, ୩ଟି ଲାପଟପ, ୪ଟି ଦୂରବୀକ୍ଷଣ ଯନ୍ତ୍ର, ୪ଟି କ୍ୟାମେରା, ୧.୨୬ ଲକ୍ଷ ଟଙ୍କା ସହ ମୋଟ ୪୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ ହୋଇଛି |

ସମ୍ବନ୍ଧିତ ଖବର