କଶ୍ମୀର ବିଷୟରେ ବିବାଦୀୟ କଥା ଲେଖାଯାଇଥିବା ୩୩୩ଟି ପାକିସ୍ତାନୀ ଟୁଇଟର୍‌ ଆକାଉଣ୍ଟ୍‌ ରଦ୍ଦ

ଇସ୍‌ଲାମାବାଦ: ଧାରା ୩୭୦ ଉଚ୍ଛେଦ କରାଯିବା ପରେ କଶ୍ମୀର ବିଷୟରେ ବିବାଦୀୟ ମନ୍ତବ୍ୟ ଲେଖାଯାଇଥିବା କାରଣରୁ ୩୩୩ଟି ଟୁଇଟର୍‌ ଆକାଉଣ୍ଟ୍‌ ରଦ୍ଦ କରିଥିବା କଥା ପାକିସ୍ତାନ ସ୍ୱୀକାର କରିଛି।

ଏହି ସବୁ ଆକାଉଣ୍ଟ୍‌ ଜରିଆରେ ମିଥ୍ୟା ଏବଂ ବିବାଦୀୟ ବିଷୟ ପ୍ରସାରଣ କରାଯାଉଥିବା କଥା ଭାରତୀୟ ସରକାରୀ କର୍ତ୍ତୃପକ୍ଷ ଆପତ୍ତି କରିବା ପରେ ଟୁଇଟର୍‌ ସେ ହ୍ୟାଣ୍ଡେଲ୍‌ଗୁଡ଼ିକୁ ରଦ୍ଦ କରିଛି।

ବୁଧବାର ଦିନ ପାକିସ୍ତାନୀ ଟେଲିକମ୍ୟୁନିକେସନ୍‌ ଅଥରିଟି ଟୁଇଟ୍‌ ରଦ୍ଦ କରିବା ଏବଂ ଟୁଇଟର୍‌ ଆକାଉଣ୍ଟ୍‌ ବ୍ଲକ୍‌ କରିବା ସଂକ୍ରାନ୍ତରେ ଅଭିଯୋଗ କରିଥିଲା ବୋଲି ‘ଡନ୍‌’ ଖବରକାଗଜ ସମ୍ବାଦ ପ୍ରକାଶ କରିଛି।

ଟୁଇଟର୍‌ ଆଡ୍‌ମିନିଷ୍ଟ୍ରାସନ୍‌ର ଏହି ନିଷ୍ପତ୍ତିକୁ ପକ୍ଷପାତ ବୋଲି କହିଛି ପାକିସ୍ତାନ ଟେଲିକମ୍‌ ଅଥରିଟି। ରେଗୁଲେଟର୍‌ ଜାରିକରିଥିବା ବିବୃତି ଅନୁସାରେ, କଶ୍ମୀର ବିଷୟବସ୍ତୁ ପୋଷ୍ଟ୍‌ କରିଥିବା କାରଣରୁ ରଦ୍ଦ ଯଦି କୌଣସି ଟୁଇଟର୍‌ ଆକାଉଣ୍ଟ୍‌ ରଦ୍ଦ ହୋଇଥାଏ ତାହା ଜଣାଇବାକୁ ପିଏଟି ପାକିସ୍ତାନୀ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କୁ କହିଛି।

ପିଏଟି ଏଭଳି ୩୩୩ଟି ଆକାଉଣ୍ଟ୍‌ ରଦ୍ଦ ହୋଇଥିବା କଥା ଅଭିଯୋଗ ପାଇବା ପରେ ସେଗୁଡ଼ିକୁ ପୁଣି ଚାଲୁ କରିବା ନିମନ୍ତେ ଟୁଇଟର୍‌କୁ ପଠାଯାଇଥିଲା, କିନ୍ତୁ ସେଗୁଡ଼ିକ ମଧ୍ୟରୁ ମାତ୍ର ୬୭ ଆକାଉଣ୍ଟକୁ ପୁଣି ଚାଲୁକରାଯାଇଛି।

ସମ୍ବନ୍ଧିତ ଖବର