ପହଲଗାମ୍: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏଯାଏଁ ୨୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସୁଛି । ପହଲଗାମର ବୈସରନ ଘାଟିରେ ମଙ୍ଗଳବାର ଦିନ ୨.୪୫ ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୨୦ ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଥିବାର ସୂଚନା ଆସୁଛି । ତେବେ ଜମ୍ମୁ କଶ୍ମୀରରେ ଭୟାକୂଳ ପରିାବେଶ ମଧ୍ୟରେ ଜମ୍ମୁ-କଶ୍ମୀର ଛାଡ଼ି ପଳାଇ ଯାଉଛନ୍ତି ହଜାର ହଜାର ଲୋକ। ଗତ ୬ ଘଣ୍ଟା ମଧ୍ୟରେ ଶ୍ରୀନଗର ଛାଡ଼ି ୩,୩୩୭ ଜଣ ଲୋକ ଯାଇ ସାରିଲେଣି ବୋଲି ସୂଚନା ରହିଛି।
ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିଲେ ୬ ଆତଙ୍କବାଦୀ । ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କୀଙ୍କ ହାତ ଥିବା ସୂଚନା । ୬ ଆତଙ୍କୀଙ୍କ ମଧ୍ୟରେ ୪ ପାକିସ୍ତାନୀ ଓ ୨ ସ୍ଥାନୀୟ ଆତଙ୍କୀଙ୍କ ହାତ ଥିବା ସୂଚନା ମିଳିଛି । ତେବେ ଏହି ଆତଙ୍କୀଙ୍କ ମଧ୍ୟରୁ ୪ ଜଣଙ୍କ ଫଟୋ ସାମ୍ନାକୁ ଆସିଛି । ୩ ଜଣଙ୍କ ସ୍କେଚ୍ ଜାରି କରାଯାଇଛି । ଆତଙ୍କବାଦୀଙ୍କୁ ଡ୍ରୋନ୍ ଓ ହେଲିକପ୍ଟର ସାହାଯ୍ୟରେ ଖୋଜିବାକୁ ଉଦ୍ୟମ ଜାରି ରହିଛି । ଆତଙ୍କବାଦୀଙ୍କ ପାଖରେ ଏକେ-୪୭ ବନ୍ଧୁକ ରହିଥିଲା । ପରେ ଆକ୍ରମଣ କରିଥିଲେ ପାକ୍ ଆତଙ୍କୀ ।
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ଆତଙ୍କୀ କାଣ୍ଡ ଘଟାଇବା ପୂର୍ବରୁ ପ୍ରଥମେ ରେକି କରିଥିଲେ ୬ ଆତତାୟୀ । ଏହାପରେ କରିଥିଲେ ଗୁଳିଚାଳନା। ଗୁଳି ବିନିମୟ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ।