ଅମରନାଥ ଯାତ୍ରା ପାଇଁ ନିଜକୁ ପଞ୍ଜିକୃତ କଲେ ୩୩,୭୯୫ ତୀର୍ଥଯାତ୍ରୀ

ଜାମ୍ମୁ: ଆସନ୍ତା ଜୁନ୍‌ ୩୦ରୁ ଆରମ୍ଭ ହେବ ଚଳିତ ବର୍ଷର ଅମରନାଥ ଯାତ୍ରା। ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଗଲାଣି ଏବଂ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଶେଷ କରାଯିବ ବୋଲି ଜମ୍ମୁ- କଶ୍ମୀରର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ ଶନିବାର କହିଛନ୍ତି। ଜୁନ୍‌ ୩୦ରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ୩୩,୭୯୫ ଲୋକ ନିଜକୁ ପଞ୍ଜିକୃତ କରିସାରିଥିବା ଜଣାପଡ଼ିଛି।

ବ୍ୟକ୍ତିଗତ ଭାବେ ଏହି ବ୍ୟବସ୍ଥା ଉପରେ ନଜର ରଖିଥିବା କୁମାର କହିଛନ୍ତି ଯେ ୨୨,୨୨୯ ତୀର୍ଥଯାତ୍ରୀ ଅନଲାଇନ୍ ମୋଡରେ ନିଜକୁ ପଞ୍ଜିକୃତ କରିଥିବା ବେଳେ ୧୧,୫୬୬ ଲୋକେ ଅଫଲାଇନ୍ ମୋଡରେ ନିଜକୁ ପଞ୍ଜିକୃତ କରିଛନ୍ତି।

ଜମ୍ମୁ- କଶ୍ମୀରର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଆମେ କୋଭିଡ୍‌-୧୯ରୁ ବହୁ ପରିମାଣରେ ମୁକ୍ତି ପାଇଛୁ ଏବଂ ଚଳିତ ବର୍ଷ ଉତ୍ସାହୀ ଭକ୍ତଙ୍କ (ଅମରନାଥ ମନ୍ଦିରରେ) ଭଲ ଅଂଶଗ୍ରହଣ ଆଶା କରୁଛୁ। ଭକ୍ତମାନଙ୍କ ପାଇଁ ଲୋଡମେଣ୍ଟ କ୍ୟାମ୍ପର କ୍ଷମତା ସେହି ଅନୁଯାୟୀ ବୃଦ୍ଧି ପାଇଛି ଏବଂ ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା (ସୁଗମ ଏବଂ ସଫଳ ଯାତ୍ରା ପାଇଁ) କରାଯିବ ବୋଲି ସିଂ କହିଛନ୍ତି।

ସମ୍ବନ୍ଧିତ ଖବର