ନୂଆଦିଲ୍ଲୀ: ବିଶ୍ବରେ ଗତ ୨୪ ଘଣ୍ଟାରେ ୩୪.୧୦ ଲକ୍ଷ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଏହି ସମୟ ମଧ୍ୟରେ ୧୦,୩୨୯ ଜଣଙ୍କ ମୃତ୍ୟୁ ହୋଇଛି। ନୂଆ ସଂକ୍ରମିତଙ୍କ ମାମଲାରେ ଆମେରିକା ୫.୨୨ ଲକ୍ଷ ସଂକ୍ରମଣ ସହ ପ୍ରଥମ ସ୍ଥାନରେ ଥିବା ବେଳେ ୩.୫୩ ଲକ୍ଷ ସଂକ୍ରମଣ ସହ ଫ୍ରାନ୍ସ ଦ୍ବିତୀୟ ସ୍ଥାନରେ ରହିଛି । ବ୍ରାଜିଲ ୨.୫୭ ହଜାର ନୂଆ ସଂକ୍ରମିତଙ୍କ ସହ ତୃତୀୟ ସ୍ଥାନରେ ରହିଛି। ସଂକ୍ରମଣରେ ଦିନକରେ ସର୍ବାଧିକ ୨୭୩୨ ମୃତ୍ୟୁ ଆମେରିକାରେ ହୋଇଛି। ଭାରତରେ ୨୪ ଘଣ୍ଟାରେ ୮୯୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ବ୍ରାଜିଲରେ ୭୭୯ ଜଣଙ୍କ ମୃତ୍ୟୁ ହୋଇଛି। ରୁଷ୍ରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ୧ ଲକ୍ଷ ଉପରେ ରହିଛି। ଗତକାଲି ୧,୧୩,୧୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦୨୦ରେ ମହାମାରୀ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଏହା ସର୍ବାଧିକ ଦୈନିକ ସଂକ୍ରମଣ। ସିଂଗାପୁରରେ ଓମିକ୍ରନ୍ ଉପପ୍ରଜାତି ବିଏ.୨ର ୧୯୮ଟି ମାମଲା ଚିହ୍ନଟ ହେବାପରେ ସତର୍କତା ପଦକ୍ଷେପ ବଢ଼ାଇ ଦିଆଯାଇଛି।
ବିଶ୍ବବ୍ୟାପୀ ୩୪.୧୦ ଲକ୍ଷ ନୂଆ ସଂକ୍ରମଣ: ରୁଷ୍ରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ଲକ୍ଷେ ଟପିଲା
ସିଙ୍ଗାପୁରରେ ଓମିକ୍ରନ୍ର ନୂଆ ପ୍ରଜାତି ଦ୍ବାରା ୧୯୮ ଜଣ ସଂକ୍ରମିତ