ନୂଆଦିଲ୍ଲୀ: ଲକ୍ଡାଉନ୍ ଭିତରେ ଏବେ ବିହାର ରାଜୀନତି ସରଗରମ ହୋଇଉଠିଛି। ବିହାରରେ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗରିବ ଶ୍ରମିକଙ୍କ ଦୁର୍ଦ୍ଦଶା ପାଇଁ ଲଗାତାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଆର୍ଜେଡି ନେତା ତେଜସ୍ବୀ ଯାଦବ ମଧ୍ୟ ପ୍ରବାସୀଙ୍କ ପ୍ରସଙ୍ଗରେ ନୀତୀଶଙ୍କୁ ଘେରିଛନ୍ତି। କୋଟାରେ ଫଶିଥିବା ବିହାର ଛାତ୍ରଙ୍କ ପ୍ରସଙ୍ଗ ଉଠାଇଛନ୍ତି। କୋଟାରେ ଫସିଥିବା ବିହାରର ଅନେକ ଛାତ୍ରଙ୍କୁ ରାଜ୍ୟକୁ ଫେରାଇ ଆଣିବା ମାମଲାରେ ମଧ୍ୟ ରାଜନୀତି ଜୋର୍ ଧରିଛି। କୋଟାରୁ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ନୀତୀଶଙ୍କୁ କରାଯାଇଥିବା ଏକ ଅନୁରୋଧକୁ ସେ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏହା ଲକ୍ଡାଉନ୍ର ଉଲ୍ଲଂଘନ କରୁଛି ବୋଲି ନୀତୀଶ କହିଥିଲେ। କିନ୍ତୁ ଜଣେ ବିଜେପି ନେତା କୋଟାରୁ ତାଙ୍କ ପୁଅକୁ ଫେରାଇ ଆଣିବାପାଇଁ ଅନୁମତି ପାଇବାପରେ ଏହାକୁ ପ୍ରଶାନ୍ତ କିଶୋର ଏବେ ଅସ୍ତ୍ର କରିଛନ୍ତି କରିଛନ୍ତି। ଏକ ଫଟୋ ଟ୍ବିଟ୍ କରି ପ୍ରଶାନ୍ତ କିଶୋର ନୀତୀଶଙ୍କୁ ଟାର୍ଗେଟ୍ କରିଛନ୍ତି। କୋଟାରୁ ପୁଅକୁ ଫେରାଇ ଆଣିବାପାଇଁ ନୀତୀଶ ସରକାର ବିଜେପି ବିଧାୟକଙ୍କୁ ସ୍ବତନ୍ତ୍ର ଅନୁମତି ଦେଉଛନ୍ତି। ‘ଏବେ ଆପଣଙ୍କ ସମ୍ମାନ କ'ଣ କହୁଛି’ ବୋଲି ପ୍ରଶାନ୍ତ କିଶୋର ନୀତୀଶଙ୍କୁ ପ୍ରଶ୍ନ କରିଛନ୍ତି। ତେଜସ୍ବୀ ଯାଦବ ମଧ୍ୟ କହିଛନ୍ତି, ରାଜ୍ୟ ବାହାରେ ଫସିଥିବା ଛାତ୍ର ଏବଂ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବାପାଇଁ ମୁଖ୍ୟମନ୍ତ୍ରୀ ବିଶେଷ କିଛି କରୁନାହାନ୍ତି। ଅନ୍ୟପକ୍ଷେ ଉତ୍ତରପ୍ରଦେଶ ସରକାର କୋଟାରେ ଫସିଥିବା ଏହାର ଛାତ୍ରମାନଙ୍କୁ ଫେରାଇ ଆଣିବାପାଇଁ ସ୍ବତନ୍ତ୍ର ବସ୍ ପଠାଇବାପରେ ଏହାକୁ ନୀତୀଶ କୁମାର ବିରୋଧ କରିଥିଲେ। ଏଭଳି କାର୍ଯ୍ୟ ବେଆଇନ ଏବଂ ଲକ୍ଡାଉନ୍ର ବିରୁଦ୍ଧାଚରଣ କରୁଛି ବୋଲି ନୀତୀଶ କୁମାର କହିଥିଲେ।
ଲକ୍ଡାଉନ୍ ନେଇ ବିହାର ରାଜନୀତି ସରଗରମ: ନୀତୀଶଙ୍କୁ ପ୍ରଶାନ୍ତ, ତେଜସ୍ବୀଙ୍କ ଟାର୍ଗେଟ୍
/sambad/media/post_attachments/wp-content/uploads/2018/10/prashant-kishore-nitish-kumar_650x400_71468400055.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)