ପାକ ବିମାନ ଦୁର୍ଘଟଣା : ୩୭ଟି ମୃତଦେହ ସହ ୩ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଗଲା

କରାଚି/ ଇସ୍‌ଲାମାବାଦ: ପାକିସ୍ତାନରେ ଆଜି ଅପରାହ୍ଣରେ ଘଟିଥିବା  ଭୟାବହ ବିମାନ ଦୁର୍ଘଟଣାରେ ୩୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୌଭାଗ୍ୟବଶତଃ ୩ ଜଣ ଜୀବିତ ଥିବା ଜଣାପଡିଛି | ତେବେ ଏଯାବତ୍ ସରକାରୀ ଭାବେ ମୃତ୍ୟୁସଂଖ୍ୟା ଘୋଷିତ ହୋଇନାହିଁ।  ଏହି  ବିମାନରେ  ୯୯ ଜଣ ଯାତ୍ରୀ ଓ ୮ ଜଣ କ୍ର୍ୟୁ ସଦସ୍ୟଙ୍କୁ ମିଶାଇ ସର୍ବମୋଟ ୧୦୭ ଜଣ ଥିଲେ ବୋଲି ପାକିସ୍ତାନର ଗଣମାଧ୍ୟମ ସୂତ୍ରରୁ ଜାଣିବାକୁ ମିଳିଛି । ଆକାଶମାର୍ଗରେ ଥାଇ ଅବତରଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଇଂଜିନରେ ତ୍ରୁଟି  କାରଣରୁ ବିମାନଟିରେ ନିଆଁ ଲାଗି ଯାଇଥିଲା ଓ ଜଳନ୍ତା ଅବସ୍ଥାରେ ପ୍ରଚଣ୍ଡ ଶବ୍ଦ କରି ପୂରା ବିମାନଟି ଏକ ଜନବସତି ଉପରେ ଖସି ପଡ଼ିଥିଲା। ଫଳରେ ବହୁ ସ୍ଥାନୀୟ ବାସିନ୍ଦା ମଧ୍ୟ ଏହି ବିମାନ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜାଣିବାକୁ ମିଳିଛି। ତେବେ ଏହି ଦୁର୍ଘଟଣାରେ ୩୪ଜଣ ମୃତ୍ୟୁବରଣ କରିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି |

ସିନ୍ଧ ସ୍ୱାସ୍ଥ୍ୟମନ୍ତ୍ରୀ ଆଜ୍ରା ପେଚୁହୋ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ୩୭ଟି ଶବକୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେ ମଧ୍ୟରୁ ୧୯ଟି ଶବକୁ ଜିନ୍ନା ହସ୍ପିଟାଲ ଏବଂ ୧୫ଟି ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୩୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ .ସୌଭାଗ୍ୟବଶତଃ ୩ ଜଣ ଜୀବିତ ଥିବା ଜଣା ପଡିଛି | ଏହି ଦୁର୍ଘଟଣା ପରେ ସମଗ୍ର କରାଚିରେ ଏକ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।

Pakistan International Airlines Airbus flying Lahore-Karachi ...
Gulf News

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ପିକେ-୮୩୦୩ ନମ୍ବର ବିଶିଷ୍ଟ ଏ-୩୨୦ ଏୟାରବସ୍‌ଟି ୯୯ ଜଣ ଯାତ୍ରୀ ଓ ୮ ଜଣ କ୍ର୍ୟୁ ସଦସ୍ୟଙ୍କୁ ଧରି ଅପରାହ୍ଣ ୧ଟା ସମୟରେ ଲାହୋର ବିମାନ ବନ୍ଦରରୁ କରାଚି ଅଭିମୁଖେ ଉଡ଼ାଣ ଭରିଥିଲା। ଲାହୋରରୁ କରାଚି ୧୦୨୦ କିଲୋମଟର ହୋଇଥିବା ବେଳେ ବିମାନରେ ୨ଘଣ୍ଟା ସମୟ ଲାଗିଥାଏ। ତେବେ, ୨ଟା ୪୫ ମିନିଟ ସମୟରେ ବିମାନଟି କରାଚିର ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ପହଞ୍ଚିଯିିବା ପରେ ଅବତରଣ ପାଇଁ (ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ) ଏଟିସିକୁ ଅନୁମତି ମାଗିଥିଲା। କିନ୍ତୁ, ସେ ସମୟରେ ଅବତରଣ ପାଇଁ କୌଣସି ରନ୍‌େଓ୍ଵ ଖାଲି ନ ଥିବାରୁ ଆକାଶରେ ଆଉ କିଛି ସମୟ ପାଇଁ ଚକ୍କର କାଟିବାକୁ ବିମାନର ପାଇଲଟଙ୍କୁ ନିର୍ଦ୍ଦେଶ ଦେଇଥିଲା ଏଟିସି।

indiatoday

ଏଟିସିର ନିର୍ଦ୍ଦେଶ ମୁତାବକ ବିମାନର ପାଇଲଟ ବିମାନଟିକୁ କରାଚି ସହର ଉପରକୁ ବୁଲାଇ ନେଇ ଆକାଶରେ ଚକ୍କର କାଟୁଥିବା ବେଳେ ବିମାନଟିର ଇଂଜିନ୍ ଅକାମି ହୋଇ ନିଆଁ ଲାଗି ଯାଇଥିଲା। ପରେ, ଜଳନ୍ତା ଅବସ୍ଥାରେ ବିମାନଟି କରାଚିର ଜିନ୍ନା ଗାର୍ଡେନ ନିକଟବର୍ତ୍ତୀ ମିଲାରର ମଡେଲ କଲୋନିର ଜନବସତି ଉପରେ ପ୍ରଚଣ୍ଡ ଶବ୍ଦ କରି ଖସି ପଡ଼ିଥିଲା। ଜଳନ୍ତା ବିମାନଟି ଖଣ୍ଡ ଖଣ୍ଡ ହୋଇ ଜନବସତି ଉପରେ ଖସିପଡ଼ିବା ଫଳରେ .ସେ ଅଞ୍ଚଳରେ ଥିବା ଘରଗୁଡ଼ିକରେ ମଧ୍ୟ ନିଆଁ ଲାଗି ଯାଇଥିଲା। ବିମାନ ଦୁର୍ଘଟଣାର କାରଣ ଜଣାପଡ଼ି ନଥିବାବେଳେ ଏ ସଂପର୍କରେ କୌଣସି ମତାମତ ଦେବା ଠିକ୍‌ ହେବ ନାହିଁ ବୋଲି କହିଛନ୍ତି ପାକ୍‌ ସରକାରଙ୍କର ଜନୈକ ବରିଷ୍ଠ ଅଧିକାରୀ। ଦୁର୍ଘଟଣାର ତଦନ୍ତ ପରେ ହିଁ ପ୍ରକୃତ କାରଣ ସଂପର୍କରେ ଜଣା ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର