ମିଆଁମାରରେ ଭୂସ୍ଖଳନ: ୩୪ ମୃତ, ୮୦ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ: ମିଆଁମାରରେ ଗତରାତିରେ ଭୁସ୍ଖଳନ ହୋଇ ୩୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୮୦ରୁ ଅଧିକ ନି‌ଖୋଜ ଅଛନ୍ତି। ଲଗାଣ ବର୍ଷା ଯୋଗୁଁ ପୂର୍ବ ମିଆଁମାରର ଏକ ଗ୍ରାମରେ ଭୂସ୍ଖଳନ ହୋଇ ଏକାବେଳେ ୩୪ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି । ନିଖୋଜ ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୨୦ରୁ ଅଧିକ ଘର ମାଟିରେ ମିଶିଯାଇଛି। ଆଜି ଦିନ ସାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଲ୍ଲେଖଯୋଗ୍ୟ ଚଳିତ ସପ୍ତାହରେ ମିଆଁମାରରେ ଲଗାଣ ବର୍ଷା ହୋଇ ବନ୍ୟା ଆସିଥିବାରୁ ପ୍ରାୟ ୮୯,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଭିଏତନାମରେ ମଧ୍ୟ ଚଳିତ ସପ୍ତାହରେ ବନ୍ୟା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର