ବିସ୍ଫୋରଣରେ ୩୪ ମୃତ

କାବୁଲ୍‌ : ଆଫଗାନିସ୍ତାନ‌ରେ ଆଜି ତାଲିବାନ୍‌ ଆକ୍ରମଣରେ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ତାଲିବାନ୍‌ମାନେ କନ୍ଦାହାର ଜାତୀୟ ରାଜପଥରେ ବିସ୍ଫୋରଣ କରି ଏକ ବସ୍‌କୁ ଉଡ଼ାଇ ଦେଇଛନ୍ତି। ଏହି ବିସ୍ଫାରଣରେ ୩୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ବସ୍‌ରେ ଅଧିକାଂଶ ମହିଳା ଏବଂ ଶିଶୁ ଥିଲେ ବୋଲି ଜଣାପଡ଼ିଛି। ଉଲ୍ଲେଖ‌ଯୋଗ୍ୟ ଗୋଟିଏ ପ‌‌ଟେ ଆମେରିକାର ଶାନ୍ତି ଦୂତମାନେ ତାଲିବାନ୍‌ ପ୍ରତିନିଧିଙ୍କ ସହ ଶାନ୍ତି କଥାବାର୍ତ୍ତା ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିବାବେଳେ ଅନ୍ୟପକ୍ଷେ ବିସ୍ଫୋରଣରେ ଏତେ ସଂଖ୍ୟାରେ ଲୋକଙ୍କ ପ୍ରାଣହାନି ହେବା ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର