ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ଔଷଧର ନୂଆ ତାଲିକା ଜାରି ହୋଇଛି। ଏଥିରେ ୩୪ଟି ନୂଆ ଔଷଧକୁ ସାମିଲ କରାଯାଇଥିବା ବେଳେ ୨୬ ଔଷଧକୁ ତାଲିକରୁ ବାଦ ଦିଆଯାଇଛି। ଆଇଭରମେକ୍ଟିନ୍, ମୁପିରୋସିନ୍, ମେରୋପେନେମ୍ ଓ ନିକୋଟିମ୍ ରିପ୍ଲେସ୍ମେଣ୍ଟ୍ ଥେରାପି ଭଳି ଔଷଧକୁ ନୂଆ ତାଲିକାରେ ସାମିଲ କରାଯିବା ପରେ ମୋଟ ଔଷଧ ସଂଖ୍ୟା ୩୮୪ରେ ପହଞ୍ଚିଛି। ଫ୍ଲୁଡ୍ରୋକୋଟାଇସୋନ, ଅର୍ମେଲୋସିଫେନି, ଇନସୁଲିନ ଗ୍ଲାରଗିନ ଓ ଟେନିଲିଗ୍ଲିଟିନ୍ ଆଦିକୁ ତାଲିକାରେ ଯୋଡ଼ାଯାଇଛି। ଣ୍ଟେଲୋକାଷ୍ଟ, ଲାଟାନୋପ୍ରୋଷ୍ଟ, ଡାବିଗ୍ଲାଟ୍ରାନ ଓ ଟେନେକ୍ଟେପ୍ଲାସେ, ଆଇଭରମେକ୍ଟିନ୍, ଆମିକାସିନ, ବେଡାକ୍ବିଲିନ, ଡେଲାମାନିଡ୍, ଇଲଟ୍ରାକୋନାଜୋଲ ଏବିସି ଡୋଲୁଟେଗ୍ରାଭିରକୁ ମଧ୍ୟ ତାଲିକାରେ ଯୋଡ଼ାଯାଇଛି। ସେହି ସମୟରେ ରାନିଟିଡାଇନ, ସୁକ୍ରାଲଫେଟ୍, ହ୍ବାଇଟ୍ ପାଟ୍ରୋଲାଟମ୍, ଆଟେନୋଲୋଲ ଓ ମିଥାଇଲଡୋପା ଭଳି ଔଷଧକୁ ତାଲିକାରୁ ବାଦ ଦିଆଯାଇଛି।
ସ୍ବାସ୍ଥ୍ୟ ସେବାର ସବୁ ସ୍ତରରେ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ପହଞ୍ଚାଇବା ଲାଗି ଅତ୍ୟାବଶ୍ୟକ ଔଷଧର ଜାତୀୟ ତାଲିକା ଜାରି କରାଯାଉଛି। ଏହା ସୁଲଭତା ବଢ଼ାଉଥିବା ବେଳେ ରୋଗୀଙ୍କ ପକେଟ୍ରୁ ହେଉଥିବା ଖର୍ଚ୍ଚ କମ୍ କରିବାରେ ସହାୟକ ହେଉଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଅତ୍ୟାବଶ୍ୟକ ଔଷଧ ତାଲିକା ଜାରି କରିବା ପଛର ଉଦ୍ଦେଶ୍ୟ ହେଉଛି ଆମେ ଚାହୁଛୁ ଲୋକମାନେ ଯୁକ୍ତିସଙ୍ଗଭୋବେ ଔଷଧ ବ୍ୟବହାର କରନ୍ତୁ। ଏଥିରେ ତିନି ପ୍ରକାର ମାନଦଣ୍ଡ ବିଚାରକୁ ନିଆଯାଇଛି। ତାହା ହେଉଛି ଔଷଧର ମୂଲ୍ୟ, ସୁରକ୍ଷା ଓ ପ୍ରଭାବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/tanet.jpg)