ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ୩୪ ପ୍ରତିଶତ ଲୋକଙ୍କର କୌଣସି ରୋଜଗାର ନାହିଁ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ସେହିପରି ୨୮ ପ୍ରତିଶତ ଲୋକଙ୍କର ରୋଜଗାର ୧୦ ହଜାରରୁ ୨୦ ହଜାର ମଧ୍ୟରେ। ସଡ଼କ ପରିବହନ ମନ୍ତ୍ରାଳୟ ପାଇଁ ସଡ଼କ ଦୁର୍ଘଟଣାଜନିତ ସାମାଜିକ ଏବଂ ଅର୍ଥନୈତିକ ସ୍ଥିତି ଜାଣିବାପାଇଁ ହୋଇଥିବା ଏକ ଅଧ୍ୟୟନରୁ ଏହି ତଥ୍ୟ ସଂଗ୍ରହ ହୋଇଛି। ତଥ୍ୟରୁ ଏହା ଜଣା ପଡ଼ିଛି ଯେ, ଅତି କମ୍ରେ ୩ ପ୍ରତିଶତ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ମାସିକ ରୋଜଗାର ୫୦ ହଜାରରୁ ଅଧିକ। ସେହିପରି ଜାଣିବାକୁ ମିଳିଛି ଯେ, ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ପ୍ରାୟ ୫୮ ପ୍ରତିଶତ ବ୍ୟକ୍ତି ବାଇକ୍ ଚାଳକ ଏବଂ ୧୫.୫ ପ୍ରତିଶତ ପଥଚାରୀ। ୩୧ ସରକାରୀ ଏବଂ ୨୧ ଘରୋଇ ହସ୍ପିଟାଲ୍ରୁ ସଂଗ୍ରହ କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ହସ୍ପିଟାଲ୍ରେ ଆଡମିଟ୍ ହୋଇଥିବା ପ୍ରାୟ ୧୦.୭ ପ୍ରତିଶତ ଦୁର୍ଘଟଣା ପୀଡ଼ିତଙ୍କ କାର୍ , ଏସ୍ୟୁଭି ଏବଂ ଟାକ୍ସି ଅଛି। ସେହିପରି ଦୁର୍ଘଟଣାର ଶିକାର ହେଉଥିବା ୬୭ ପ୍ରତିଶତ ଲୋକଙ୍କ ବୟସ ୧୮ରୁ ୪୫ ବର୍ଷ ମଧ୍ୟରେ।
ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ୩୪ ପ୍ରତିଶତ ଲୋକଙ୍କର କୌଣସି ରୋଜଗାର ନାହିଁ
/sambad/media/post_attachments/wp-content/uploads/2020/08/accident-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)