ଏମ୍ସର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସାମ୍ବାଦିକ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଥିବା ଅନେକ ରୋଗୀ ବିଗତ ଅତୀତରେ ଆତ୍ମହତ୍ୟା ଭଳି ପଦକ୍ଷପ ନେଇଥିବା ବେଳେ ଆଜି ଜଣେ ୩୪ବର୍ଷିୟ ସାମ୍ବାଦିକ ଆତ୍ମହତ୍ୟା କରିଛନ୍ତି | ସେ କରୋନା ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ | ଆଜି ଦିନ ୨ଟା ସମୟରେ ସେ ଡାକ୍ତରଖାନାର ଚତୁର୍ଥ ମହଲାରୁ ଡେଇଁ ପଡି ଆତ୍ମହତ୍ୟା କରିଥିବା ନେଇ ଖବର ମିଳିଛି | ତୁରନ୍ତ ତାଙ୍କୁ ଆଇସିୟୁକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଛି |

Week after RTI activist's death, police say it was an 'accident ...
Hindustan Times

ମୃତ ସାମ୍ବାଦିକଜଣଙ୍କ ଏକ ହିନ୍ଦୀ ଖବରକାଗଜରେ କାମ କରୁଥିଲେ ଏବଂ ଉତ୍ତର-ପୂର୍ବ ଦିଲ୍ଲୀର ଭଜନପୁରାର ବାସିନ୍ଦା ଥିଲେ |
ଡେପୁଟି କମିଶନର ଅଫ୍ ପୁଲିସ (ଦକ୍ଷିଣ-ପଶ୍ଚିମ) ଦେବେନ୍ଦ୍ର ଆର୍ଯ୍ୟଙ୍କ ଅନୁଯାୟୀ, ଏହି ଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିବା ପରେ ଜୁନ୍ ୨୪ରେ ସାମ୍ବାଦିକଙ୍କୁ ଟ୍ରମା ସେଣ୍ଟରର କୋଭିଡ -୧୯ୱାର୍ଡରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ତାଙ୍କୁ ଏମ୍ସର ପ୍ରଥମ ମହଲାରେ ଥିବା ହାଇ ଡିପେଣ୍ଡେନ୍ସି ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା | ନିକଟରେ ସେ ମସ୍ତିଷ୍କ ଟ୍ୟୁମର ପାଇଁ ମଧ୍ୟ ଅସ୍ତ୍ରୋପଚାର କରିଥିଲେ ବୋଲି ଡାକ୍ତର କହିଛନ୍ତି। ତେବେ ସେ କରୋନା ଭୂତାଣୁ ପାଇଁ ନା ଅନ୍ୟ କୌଣସି କାରଣ ପାଇଁ ଆତ୍ମହତ୍ୟା କଲେ ତାହା ସାମ୍ନାକୁ ଆସିପାରିନାହିଁ |

ସୂଚନା ମୁତାବକ, ଦିଲ୍ଲୀରେ କୋଭିଡ -୧୯ମାମଲା ୧ଲକ୍ଷ ମାର୍କ ଅତିକ୍ରମ କରିଛି | ଗତ ୨୪ଘଣ୍ଟା ମଧ୍ୟରେ ୧,୩୭୯ଟି ନୂଆ ମାମଲା ରିପୋର୍ଟ ହୋଇଛି। ଦିଲ୍ଲୀ ଏବେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୮୨୩ରେ ରହିଛି, ଯେଉଁଥିରେ ୭୨,୦୮୮ଜଣ ସୁସ୍ଥ ହୋଇଥିବା ବେଳେ ୨୫,୬୨୦ଟି ସକ୍ରିୟ ମାମଲା ରହିଛି | ଆଜି ୪୮ ଜଣଙ୍କର ମୃତ୍ୟୁ ହେବ ପରେ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ୩,୧୧୫ରେ ପହଞ୍ଚିଥିବା ନେଇ ଦିଲ୍ଲୀ ସରକାର କହିଛନ୍ତି।

ସମ୍ବନ୍ଧିତ ଖବର