ବୁର୍କିନା ଫାସୋରେ ଆତଙ୍କବାଦୀ-ସୁରକ୍ଷା ବାହିନୀ ମୁହାଁମୁହିଁ : ୩୫ ନାଗରିକ ନିହତ, ୮୦ ଆତଙ୍କବାଦୀ ନିପାତ

ବୁର୍କିନା ଫାସୋ : ବୁର୍କିନା ଫାସୋରେ ଆଜି ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁଁ ୩୫ ଜଣ ସାଧାରଣ ନାଗରିକ ନିହତ ହୋଇଛନ୍ତି। ଶତାଧିକ ଆତଙ୍କବାଦୀ ସହର ଉପକଣ୍ଠରେ ଅଚାନକ ଗୁଳିମାଡ଼ କରି ନରସଂହାର ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ସମଗ୍ର ଅଂଚଳକୁ ଘେରି ଯାଇ କାର୍ଯ୍ୟାନୁଷ୍ଠାନ କରିଥିଲେ। ଆତଙ୍କବାଦୀଙ୍କ ଆକ୍ରମଣରେ ୩୫ ଜଣ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସୁରକ୍ଷା ବାହିନୀ ସକ୍ଷମ ହୋଇଛି। ଆଫ୍ରିକୀୟ ରାଷ୍ଟ୍ର ବୁର୍କିନା ଫାସୋରେ ଅନେକ ବଡ଼ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଛନ୍ତି।

ସମ୍ବନ୍ଧିତ ଖବର