ନୂଆଦିଲ୍ଲୀ: କଥାରେ ଅଛି ଚେଷ୍ଟା କରୁଥିବା ଲୋକ କେବେ ହାରେ ନାହିଁ। କରୁଥିବା କଠିନ ପରିଶ୍ରମର ଫଳ ଦିନେ ନା ଦିନେ ମିଳେ। ଏହି ସବୁ କଥାକୁ ସତ ବୋଲି ପ୍ରମାଣ କରି ଦେଖାଇଛନ୍ତି ଆଇଏଏସ ଅଫିସର ତୁଷାର ଡି ସୁମେରା। ଦିନେ ଲୋକେ କହୁଥିଲେ ତୁଷାର ନିଜ ଜୀବନରେ କିଛି କରିପାରିବେ ନାହିଁ। ହେଲେ ସେ ଆଇଏଏସ ଅଫିସର ହୋଇ ସମସ୍ତଙ୍କ ପାଟି ବନ୍ଦ କରି ଦେଇଥିଲେ। ଆଜି ଆଇଏଏସ ଅଫିସର ଥିବା ତୁଷାର ଦଶମରେ ବିଭିନ୍ନ ବିଷୟରେ ଖୁବ କମ ମାର୍କ ରଖିଥିଲେ। ଇଂରାଜୀରେ ୩୫, ଗଣିତରେ ୩୬ ଓ ବିଜ୍ଞାନରେ ୩୬ମାର୍କ ରଖିଥିଲେ ତୁଷାର।
ଏତେ କମ ମାର୍କ ରଖିବାରୁ ଗାଁରେ ଲୋକେ ତାଙ୍କ ଉପରେ ହସିଥିଲେ। ସେ ଜୀବନରେ କେବେ କିଛି ହାସଲ କରିପାରିବେ ନାହିଁ ବୋଲି ଲୋକେ କହିଥିଲେ। ହେଲେ ପରେ ନିଜ ଚେଷ୍ଟା ବଳରେ ସେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଥିଲେ। ଆଇଏଏସ ଅଫିସର ତୁଷାର ଏବଂ ତାଙ୍କ ଦଶମ ମାର୍କସିଟକୁ ଆଇଏଏସ ଅଫିସର ଅୱନିଶ ଶରନ ଟ୍ବିଟ କରିବା ସହ ଛାତ୍ରଛାତ୍ରୀଙ୍କ ମନୋବଳ ବଢ଼ାଇଛନ୍ତି।
/sambad/media/post_attachments/9d2f87d02c04a87cf230c69b3bcde4304ef19621472e0e600eecac70cd12cdc2.jpg)
୨୦୧୨ରେ ତୁଷାର ସୁମେରା ଆଇଏଏସ ହୋଇଥିଲେ। ସେ କଳାରେ ସ୍ନାତକ ହାସଲ କରିଥିଲେ ଏବଂ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପୂର୍ବରୁ ସେ ସ୍କୁଲ ଶିକ୍ଷକ ଭାବରେ କାମ କରିଥିଲେ। ଦିନେ ପରୀକ୍ଷାରେ କେବଳ ପାସ କରିବାକୁ ସମର୍ଥ ହୋଇଥିବା ତୁଷାର ପରେ ଜଣେ ଆଇଏଏସ ଅଫିସର ହେବାଟା ଅନେକଙ୍କୁ ଅନୁପ୍ରାଣିତ କରିବ ନିଶ୍ଚୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ସ-99.jpg)