ଦିନକରେ ୩୫ ଲକ୍ଷ ଟିକାକରଣ, ମୋଟ ୨୫ କୋଟିରୁ ଅଧିକ

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ବିଶ୍ବର ବୃହତ୍ତମ ଟିକାକରଣ କାର୍ଯ୍ୟକ୍ରମରେ ଶନିବାର ପାଖାପାଖି ୩୫ ଲକ୍ଷ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ କୋଭିଡ୍‌ ଟିକା ପ୍ରଦାନ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ରବିବାର ସକାଳ ୭ଟା ସୁଦ୍ଧା ବିଗତ ୨୪ ଘଣ୍ଟା ଭିତରେ ମୋଟ ୩୪,୮୪,୨୩୯ ଜଣ ଦେଶବାସୀଙ୍କର ଟିକାକରଣ କରାଯାଇଛି। ସେଥିରୁ ୩୧,୦୩,୫୨୨ ଜଣ ସେମାନଙ୍କର ପ୍ରଥମ ମାତ୍ରା ଟିକା ନେଇଥିବା ବେଳେ ୩,୮୦,୭୧୭ ଜଣ ଦ୍ବିତୀୟ ମାତ୍ରା ନେଇଛନ୍ତ।

ଏହାକୁ ମିଶାଇ ଦେଶରେ ମୋଟ ୨୫,୩୧,୯୫,୦୪୮ ଜଣଙ୍କୁ କୋଭିଡ୍‌ ଟିକା ପ୍ରଦାନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦,୪୮,୯୩,୪୬୧ ଜଣ ଟିକାର ପ୍ରଥମ ମାତ୍ରା ଓ ୪,୮୩,୦୧,୫୮୭ ଜଣ ଦ୍ବିତୀୟ ମାତ୍ରା ନେଇଥିବା ଜଣାଯାଇଛି। ସେହିପରି ରାଜ୍ୟମାନଙ୍କ ଭିତରେ ମହାରାଷ୍ଟ୍ରରେ ସର୍ବାଧିକ ୨,୫୮,୧୭,୭୨୮ ଜଣ ଟିକା ନେଇଥିବା ବେଳେ ତାହା ତଳକୁ ଉତ୍ତରପ୍ରଦେଶ(୨,୨୯,୩୫,୮୧୫) ଓ ଗୁଜରାଟ୯୨,୦୦,୩୮,୪୧୮) ରହିଛନ୍ତି। ଅପରପକ୍ଷେ, ଟିକାର ପ୍ରଥମ ମାତ୍ରା ନେବାରେ ମହାରାଷ୍ଟ୍ରରେ ସର୍ବାଧିକ ୨,୦୬,୪୬,୯୭୨ ଜଣ ଉପକୃତ ହୋଇଥିବା ବେଳେ ତାହା ପଛକୁ ଉତ୍ତରପ୍ରଦେଶର ୧,୯୧,୪୧,୧୮୩ ଜଣ ଓ ରାଜସ୍ଥାନରେ ୧,୬୨,୫୫,୪୦୪ ଜଣ ହିତାଧିକାରୀ ଅଛନ୍ତି। ସେହିପରି ଦ୍ବିତୀୟ ମାତ୍ରା ଟିକା ଦେବାରେ ମଧ୍ୟ ୫୧,୭୦,୭୫୬ ଜଣ ହିତାଧିକାରୀଙ୍କ ସହ ମହାରାଷ୍ଟ୍ର ଶୀର୍ଷରେ ରହିଥିବା ବେଳେ ତାହା ପଛକୁ ଗୁଜରାଟରେ ୪୫,୪୫,୪୩୮ ଜଣ ଓ ପଶ୍ଚିମବଙ୍ଗରେ ୪୦,୩୭,୯୫୯ ଜଣ ଦ୍ବିତୀୟ ମାତ୍ରା ନେଇଛନ୍ତି।

ସମ୍ବନ୍ଧିତ ଖବର