ଟିକା ପାଇଁ ପଂଜୀକରଣ କରିଛନ୍ତି ସାଢେ ୩ କୋଟି, କିନ୍ତୁ ଟିକା ନେଇଛନ୍ତି ମାତ୍ର ସାଢେ ୬ ଲକ୍ଷ

ନୂଆଦିଲ୍ଲୀ : କରୋନା ମହାମାରୀର ୨ୟ ଲହର ସାରା ଦେଶକୁ କବଳିତ କରି ରଖିଥିବାବେଳେ ଦେଶରେ ଏବେ ୩ୟ ପର୍ୟ଼୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଏହି ପର୍ୟ଼୍ୟାୟରେ ୧୮ରୁ ୪୪ ବର୍ଷ ବୟସର ବର୍ଗରେ ଟିକା ଦିଆଯ଼ାଉଥିବାରୁ ଏହାକୁ ନେଇ ଯ଼ୁବାବର୍ଗଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ପରିଲକ୍ଷିତ ହେଉଛି । ମାତ୍ର ଟିକା ଅଭାବ ଯ଼ୋଗୁଁ ଟିକାଦାନ ପ୍ରଭାବିତ ହୋଇଛି ।

ସରକାରୀ ତଥ୍ୟ ଅନୁସାରେ ଗତ ଏପ୍ରିଲ ୨୮ରୁ ପଂଜୀକରଣ ଆରମ୍ଭ ହେବା ପରେ ୩ୟ ପର୍ୟ଼୍ୟାୟ ଟିକାକରଣ ପାଇଁ ପ୍ରାୟ ୩ କୋଟି ୫୦ ଲକ୍ଷ ଯ଼ୁବକଯ଼ୁବତୀ ପଂଜୀକରଣ କରିଛନ୍ତି । ଦେଶରେ ଟିକାକରଣ ଆରମ୍ଭ ହେବାପରେ କୌଣସି ସପ୍ତାହରେ ଏହା ହେଉଛି ରେକର୍ଡ ସଂଖ୍ୟକ ପଂଜୀକରଣ । କିନ୍ତୁ ଟିକା ଅଭାବରୁ ମେ ୪ ସୁଦ୍ଧା ସେମାନଙ୍କ ମଧ୍ୟରୁ ମାତ୍ର ୨ ପ୍ରତିଶତ ଅର୍ଥାତ ୬.୬୨ ଲକ୍ଷଙ୍କୁ ଟିକା ଦିଆଯ଼ାଇପାରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସୀମିତ ସଂଖ୍ୟକ ଟିକା ଯ଼ୋଗାଣ ଓ ଟିକା କମ୍ପାନିମାନଙ୍କ ଦ୍ବାରା ଟିକା ଯ଼ୋଗାଣରେ ବିଳମ୍ବ ଫଳରେ ଚାହିଦା ଅନୁସାରେ ଟିକା ଦିଆଯ଼ାଇପାରୁନାହିଁ ।

କେନ୍ଦ୍ର ସରକାରଙ୍କ ଅନୁମତି ପରେ ବିଭିନ୍ନ ରାଜ୍ୟ ସରକାରମାନେ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ଟିକା ଯ଼ୋଗାଣ ପାଇଁ ଅର୍ଡର ଦେଇଛନ୍ତି । କିନ୍ତୁ ସୀମିତ କ୍ଷମତା କାରଣରୁ ଏସବୁ ଟିକା ଯ଼ୋଗାଣରେ ବିଳମ୍ବ ହେଉଛି ।

ସମ୍ବନ୍ଧିତ ଖବର