ଡେରାଡୁନ: ଉତ୍ତରାଖଣ୍ଡ ଧରାଲିରେ ପ୍ରକୃତି ତାଣ୍ଡବ ରଚିବା ପରେ ଏବେ ସାରା ଦେଶର ନଜର ପୂରା ଉତ୍ତରକାଶୀ ଉପରେ ରହିଛି । ପ୍ରଳୟ ପରେ ଏବେ ଜୀବନ ଖୋଜା ଚାଲିଥିବା ବେଳେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଜୋରଦାର ଉଦ୍ୟମ ହେଉଛି । ଯଦିଓ ଧରାଲିର ଧ୍ବଂସସ୍ଥଳରେ ରେସ୍କ୍ୟୁ ଟିମ୍ ଏଯାଏଁ ପହଞ୍ଚି ପାରିନି ମାତ୍ର ହେଲିକପ୍ଟର ଜରିଆରେ ଉଦ୍ଧାର କାମ ଚାଲିଛି । ଧରାଲିରେ ରାସ୍ତା ଧୋଇଯାଇଛି, ବ୍ରିଜ୍ ଉଭାନ୍ ହୋଇଯାଇଛି.. ଏପରି ସ୍ଥଳରେ ଯୋଗାଯୋଗ ଅସମ୍ଭବ ହେଉଥିବାରୁ ହେଲିକପ୍ଟର ହିଁ ଏକମାତ୍ର ସାହାରା ସାଜିଛି ।
#WATCH | Uttarakhand | An injured person rescued from the disaster-hit Dharali village was airlifted and brought to Matli Helipad, from where he will be sent for further treatment. pic.twitter.com/8hLEV9HRaI
— ANI (@ANI) August 7, 2025
ଉତ୍ତରକାଶୀର ହର୍ଷିଲରେ ଫଶିଥିବା ୩୫ ଜଣଙ୍କୁ ବାୟୁସେନା ଦ୍ବାରା ଉଦ୍ଧାର କରାଯାଇଛି । ସେହିପରି ଧରାଲିରେ ଆହତ ଅବସ୍ଥାରେ ପଡିଥିବା ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ସମସ୍ତଙ୍କୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରି ମାଟଲି ହେଲିପ୍ୟାଡକୁ ଅଣାଯାଉଛି । ସେଠାରେ କ୍ୟାମ୍ପ କରି ସମସ୍ତଙ୍କୁ ସୁବିଧା ଯୋଗାଇ ଦିଆଯାଉଛି । ମୁଖ୍ଯମନ୍ତ୍ରୀ ଧାମୀ ମଧ୍ଯ ଉଦ୍ଧାର ହୋଇଥିବା ଲୋକଙ୍କ ସହ ଆଲୋଚନା କରିଛନ୍ତି । ଆଉ ସେମାନେ ବଖାଣିଛନ୍ତି ପ୍ରଳୟର ପ୍ରତିଟି କାହାଣୀ ।
#WATCH | Dehradun | 35 people rescued from Harsil in Uttarkashi were airlifted on an IAF Chinook and have landed at Jolly Grant Airport.
— ANI (@ANI) August 7, 2025
Source: Uttarkhand Police pic.twitter.com/EU4I4ptLcN
ଅନ୍ୟପଟେ ଉଦ୍ଧାର ହୋଇଥିବା ଲୋକେ କ୍ୟାମେରା ଆଗରେ କହିଛନ୍ତି କେତେ ଭୟଙ୍କର ଥିଲା ପ୍ରଳୟ । ଜଣେ କୁନି ଝିଅ କହିଛି- ଆମେ ଡରିଯାଇଥିଲୁ । ଗାଁ ଲୋକେ ଆମକୁ ବହୁତ ସାହାଯ୍ୟ କରିଛନ୍ତି । ଯବାନଙ୍କୁ ଦେଖି ଆମର ସାହସ ବଢିଥିଲା । ସେହିପରି ଜଣେ ଯୁବକ କହିଛନ୍ତି- ରାସ୍ତା ବନ୍ଦ ହେଇଗଲା ଆମେ ଜୀବନ ବିକଳରେ ଧାଇଁଲୁ । ଆମକୁ ହେଲିକପ୍ଟରରେ ଉଦ୍ଧାର କରାଯାଇ ଏଠାକୁ ଅଣା ଯାଇଛି ।
#WATCH | Uttarkashi cloudburst incident | Rupesh Mehra from Jalgaon, Maharashtra, says "... Roads have been blocked there. We were rescued with helicopters. We got a lot of help from all the agencies deployed there, and we were taken out from there..." https://t.co/J79P93ynr9pic.twitter.com/etaPm2W3WI
— ANI (@ANI) August 7, 2025
ଧରାଲି ଗାଁରେ କ୍ଷୀର ଗଙ୍ଗାରେ ଆସିଥିବା ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେନା, ଏନଡିଆରଏଫ, ଏସଡିଆରଏଫ ଏବଂ ଆଇଟିବିପିର ଯବାନମାନେ ଘଟଣାସ୍ଥଳରେ ଦେବଦୂତ ସାଜି ଉଦ୍ଧାରକାମରେ ଲାଗିଛନ୍ତି ।