ବେଜିଂ: ଚୀନ୍ର ଜୁହାଇରେ ଥିବା ଏକ ସ୍ପୋର୍ଟ୍ସ ସେଣ୍ଟରରେ ବଡ଼ ଅଘଟଣ ଘଟିଯାଇଛି। ଜୁହାଇ ସ୍ଥିତ ଏକ ଷ୍ଟାଡିୟମର ସ୍ପୋର୍ଟ୍ସ ସେଣ୍ଟର ବାହାରେ ଶତାଧିକ ଲୋକ ବ୍ୟାୟାମ କରୁଥିବା ବେଳେ ହଠାତ୍ ଜଣେ ବ୍ୟକ୍ତି ଏକ ଏସ୍ୟୁଭି କାର୍ ଲୋକଙ୍କ ଉପରେ ମଡ଼ାଇ ଚାଲିଥିଲା। ଏହି ଘଟଣାରେ ୩୫ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୪୩ ଜଣ ଆହତ ହୋଇଛନ୍ତି। ପୁଲିସ ଏହି ମାମଲାରେ ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କୁ ଅଟକ ରଖିଛି ଏବଂ ନିଜେ ଆହତ ହୋଇ କୋମାରେ ଥିବା ଜଣାପଡ଼ିଛି। ଗାଡ଼ି ମଡ଼ାଇ ଲୋକଙ୍କୁ ମାରିଥିବା ବ୍ୟକ୍ତି ‘ଫ୍ୟାନ୍’ ନାମରେ ପରିଚିତ ବୋଲି ଜଣାପଡ଼ିଛି।
୪୦ରୁ ଅଧିକ ଆହତ, ଅଭିଯୁକ୍ତ କୋମାରେ
ପୁଲିସ ଗାଡ଼ି ଅଟକାଇ ଫ୍ୟାନ୍କୁ ଧରିବାକୁ ଚେଷ୍ଟା କରିବା ବେଳେ ସେ ନିଜେ ନିଜକୁ ଛୁରୀରେ ମାରିବାକୁ ଚେଷ୍ଟା କରିଥିଲା। କିନ୍ତୁ ପୁଲିସ ତାକୁ ଏଥିରୁ ଅଟକାଇ ଦେଇଥିଲା। ଏବେ ସେ କୋମାରେ ଅଛି। ଉଲ୍ଲେଖଯୋଗ୍ୟ, ଜୁହାଇରେ ଏକ ପ୍ରମୁଖ ଏୟାରସୋ ପାଇଁ ସୁରକ୍ଷା କଡ଼ାକଡ଼ି ହୋଇଥିବା ବେଳେ ଏହି ସମୟରେ ଏଭଳି ଘଟଣା ଆତଙ୍କ ସୃଷ୍ଟି କରିଛି। ୪୩ ଆହତଙ୍କ ମଧ୍ୟରୁ ବି କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରିବାପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଅପରାଧୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଜିନପିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/13/R1F1QxmTVCjSBhEcTrkg.jpg)