ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ବିଦେଶ ମନ୍ତ୍ରାଳୟର ସୂଚନା ମୁତାବକ ବିଦେଶରେ ରହୁଥିବା ଭାରତୀୟଙ୍କ ମଧ୍ୟରୁ କରୋନା ସଂକ୍ରମଣରେ ୩୫୭୦ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ବିଶ୍ୱର ସବୁଦେଶ ସାମିଲ ଅଛି (ଯେଉଁ ଯେଉଁ ଦେଶରେ ଭାରତୀୟ ନାଗରିକ ମାନେ ରହୁଛନ୍ତି) । ବିଦେଶ ମନ୍ତ୍ରାଳୟ କହିଛି କି, ଏହି ସୂଚନା ମିଶନ/ପୋଷ୍ଟ ଦ୍ୱାରା ଉପଲବ୍ଧ ହୋଇଛି । ଏହା ବ୍ୟତୀତ ବନ୍ଦେ ଭାରତ ଅଭିଯାନ ଅଧୀନରେ ଏପ୍ରିଲ ୩୦, ୨୦୨୧ ପର୍ଯ୍ୟନ୍ତ ୬୦ ଲକ୍ଷ ୯୨ ହଜାର ୨୬୪ ଭାରତୀୟ ନାଗରିକଙ୍କୁ ବିଦେଶରୁ ଦେଶକୁ ଫେରାଇ ଅଣାଯାଇଛି।
ଜାତୀୟ ଗଣମାଧ୍ୟମ ଅନୁସାରେ ସାରା ବିଶ୍ୱରେ କରୋନା ସଂକ୍ରମଣର ଭୟାବହତା ଦେଖିବାକୁ ମିଳିଛି । ଏହା ଫଳରେ ଭାରତରେ ୪ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏବେ ବି ଦୈନିକ ପାଖା ପାଖି ୧ ହଜାର ଲୋକଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେଉଛି । ଅନ୍ୟପଟେ କରୋନାର ତୃତୀୟ ଲହର ଆସୁଥିବା ନେଇ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ପୁଣି ଦେଶର ୧୩ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି, ଯାହାକୁ ନେଇ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର । ଦେଶରେ ଏବେ ସବୁଠାରୁ ଅଧିକ ସଂକ୍ରମଣ କେରଳରେ ଦେଖିବାକୁ ମିଳିଛି ।
ସେପଟେ ଦେଶରେ କରୋନା ମୃତ୍ୟୁକୁ ନେଇ ସରକାର ଓ ବିରୋଧୀ ଦଳମାନଙ୍କ ମଧ୍ୟରେ ତର୍କ ବିତର୍କ ଜାରି ରହିଛି । ସଂସଦର ମୌସୁମୀ ଅଧିବେଶନରେ କରୋନା କାଳରେ ଅକ୍ସିଜେନ ସଂକଟ ଯୋଗୁଁ ହୋଇଥିବା ମୃତ୍ୟୁ ମାମଲାରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ୨ ଦିନ ହେବ ସଂସଦର ଉଭୟ ସଦନ ଚାଲିପାରି ନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/t-158.jpg)