ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ୮ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ ଲୋକସଭା ଆସନରେ ମତଦାନ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜାରି ରହିଛି। ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରମାନେ ଲାଇନରେ ରହି ଶାନ୍ତି ଶୃଙ୍ଖଳାର ସହିତ ମତଦାନ କରୁଛନ୍ତି।

Advertisment

ଦେଶରେ ଅପରାହ୍ନ ୧ଟା ସୁଦ୍ଧା ୩୬.୭୩ ପ୍ରତିଶତ ମତଦାନ ହୋଇଛି। ସେଥିମଧ୍ୟରୁ ଉତ୍ତରପ୍ରଦେଶ ୩୯.୫୫ ପ୍ରତିଶତ ମତଦାନ ହୋଇଥିବାବେଳେ
ଓଡିଶାରେ ୩୫.୩୧ ପ୍ରତିଶତ ମତଦାନ ହୋଇଛି।

ସେହିପରି ଜମ୍ମୁ କଶ୍ମୀରରେ ୩୪.୭୯ ପ୍ରତିଶତ, ଝାଡଖଣ୍ଡରେ ୪୧.୮୯, ପଶ୍ଚିମବଙ୍ଗରେ ୪୮.୪୧ ବିହାରରେ ୩୪.୬୨ ପ୍ରତିଶତ ମତଦାନ ହୋଇଛି। ଏହା ସହିତ ମହାରାଷ୍ଟ୍ରରେ ୨୭.୭୮ ପ୍ରତିଶତ ଏବଂ ଲଦାଖରେ ୫୨.୦୨ ପ୍ରତିଶତ ମତଦାନ ହୋଇଛି।