୩୬ ନଦୀବନ୍ଧ ପୁନର୍ବାସ ଯୋଜନାରେ ଖର୍ଚ୍ଚ ହେବ ୯୩୬ କୋଟି

ନୂଆଦିଲ୍ଲୀ : ନଦୀବନ୍ଧ (ଡ୍ୟାମ୍‌) ପୁନର୍ବାସ ଓ ସୁଧାର ପ୍ରକଳ୍ପର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ ରହିଛି। ଏହି କ୍ରମରେ ୩୬ଟି ନଦୀବନ୍ଧ ପୁନର୍ବାସ ଯୋଜନାରେ ୯୩୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସୋମବାର ଦିନ ରାଜ୍ୟସଭାରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ।

ଶ୍ରୀ ଟୁଡୁଙ୍କ ସୂଚନା ହେଲା, ଯୋଜନାର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ୧୦୦ କୋଟି ଟଙ୍କା ବ୍ୟୟ ହେବ। ଏହି ପର୍ଯ୍ୟାୟରେ ରାଜ୍ୟ ସରକାର ୧୪ଟି ନଦୀବନ୍ଧର ପୁନର୍ବାସ କାର୍ଯ୍ୟ ହାତକୁ ନେଇଛନ୍ତି। ଏଥିରେ କେନ୍ଦୁଝର ଜିଲ୍ଲାର ଆରଦେଇ ଡ୍ୟାମ ପାଇଁ ୫ କୋଟି ଟଙ୍କା, ଜଗତଘାଇ ଡ୍ୟାମ ପାଇଁ ୮ କୋଟି ଟଙ୍କା ଓ କାଞ୍ଜହାରୀ ଡ୍ୟାମ ପାଇଁ ୧୭ କୋଟି ଟଙ୍କା, ବୌଦ୍ଧ ଜିଲ୍ଲାର ଲାଇଗାଓଁ ଡ୍ୟାମ ପାଇଁ ୩ କୋଟି ଟଙ୍କା, ଦୁମକୁଚ ଡ୍ୟାମ ପାଇଁ ୧.୭ କୋଟି ଟଙ୍କା ଓ ପାରହେଲ ଡ୍ୟାମ ପାଇଁ ୨.୩ କୋଟି ଟଙ୍କା, ଗଞ୍ଜାମ ଜିଲ୍ଲାର ଜଗତଘାଇ ଡ୍ୟାମ ପାଇଁ ୫ କୋଟି ଟଙ୍କା, ଅନୁଗୁଳ ଜିଲ୍ଲାର ରେଙ୍ଗାଲି ଡ୍ୟାମ ପାଇଁ ୬.୬ କୋଟି ଟଙ୍କା, ସମ୍ବଲପୁର ଜିଲ୍ଲାର କୁମ୍ଭୋ ଡ୍ୟାମ ପାଇଁ ୯ କୋଟି ଟଙ୍କା, ନୟାଗଡ ଜିଲ୍ଲାର ରାନ୍ଦା ଡ୍ୟାମ ପାଇଁ ୨ କୋଟି ଟଙ୍କା ଓ କୁନାରିୟା ଡ୍ୟାମ ପାଇଁ ୨.୫୦ କୋଟି ଟଙ୍କା, ନୂଆପଡ଼ା ଜିଲ୍ଲାର ସାଇପାଲ ଡ୍ୟାମ ପାଇଁ ୩ କୋଟି ଟଙ୍କା, ବଲାଙ୍ଗୀର ଜିଲ୍ଲାର ଅପର ସୁକତେଲ ଡ୍ୟାମ ପାଇଁ ୨.୭ କୋଟି ଟଙ୍କା ଓ ଢେଙ୍କାନାଳ ଜିଲ୍ଲାର ଗୁଣ୍ଡରିପୋସି ଡ୍ୟାମ ପାଇଁ ୪.୭୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଡ୍ୟାମ ପୁନର୍ବାସ ଯୋଜନା ବ୍ୟତୀତ ସଂସ୍ଥାଗତ ସୁଦୃଢ଼ୀକରଣ ଓ ପ୍ରକଳ୍ପ ପରିଚାଳନା ବାବଦରେ ୧୭.୫୪ କୋଟି ଟଙ୍କା ଅଲଗା ସଂରକ୍ଷିତ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଟୁଡ଼ୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର