ନୂଆଦିଲ୍ଲୀ: ଭାରତରେ ଏମାନେ ନାହାନ୍ତି ସତ କିନ୍ତୁ ବିଶ୍ୱର ତମାମ ନିଯୁକ୍ତି ଓ ରୋଜଗାର ସୃଷ୍ଟି କରିବା ପାଇଁ ଏମାନେ ସବୁବେଳେ ଚେଷ୍ଟା କରୁଛନ୍ତି | ୫୮ ଜଣ ମୂଳ ଭାରତୀୟ ଆମେରିକା, କାନାଡା ଏବଂ ସିଙ୍ଗାପୁର ସମେତ ୧୧ ଟି ଦେଶର ବିଭିନ୍ନ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ ହୋଇଛନ୍ତି | ତେବେ କେଉଁମାନେ ଏହି ୫୮ ଜଣ ବ୍ୟକ୍ତିତ୍ୱ ଆପଣ ନିମ୍ନରେ ଜାଣିପାରିବେ |
The official 2020 Indiaspora Business Leaders List! https://t.co/tHmOnsqzgg
— IndiasporaForum (@IndiasporaForum) July 8, 2020
ଭାରତୀୟମାନଙ୍କର ଏହି ଗୋଷ୍ଠୀ ବିଶ୍ୱରେ ୩୬ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଉଛନ୍ତି | ଏମାନଙ୍କର ମୋଟ ଆୟ ପ୍ରାୟ ୭୫ ଲକ୍ଷ କୋଟି ହୋଇଥିବାବେଳେ ମୂଳ ଭାରତୀୟମାନଙ୍କର ପ୍ରଫେସନାଲମାନଙ୍କର ଏକ ସଂଗଠନ 'ଇଣ୍ଡିଆସପୋରା' ଅନୁଯାୟୀ ଭାରତୀୟ ବ୍ୟବସାୟୀମାନେ ପୂର୍ବ ଅପେକ୍ଷା କର୍ପୋରେଟ କ୍ଷେତ୍ରରେ ସଫଳତାର ଶିଖରରେ ପହଞ୍ଚିଛନ୍ତି।
ଇଣ୍ଡିଆସପୋରା ବିଜନେସ୍ ଲିଡର୍ସ ତାଲିକାରେ ଆମେରିକା, କାନାଡା, ଇଂଲଣ୍ଡ ଏବଂ ସିଙ୍ଗାପୁର ସମେତ ୧୧ ଟି ଦେଶର ୫୮ ଜଣ କାର୍ଯ୍ୟନିର୍ବାହୀ କମ୍ପାନୀର ଭାରତୀୟ ଅଧିକାରୀ ରହିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଏହି କମ୍ପାନୀଗୁଡିକ ବାର୍ଷିକ ୨୩ ପ୍ରତିଶତ ହାରରେ ଅଭିବୃଦ୍ଧି ଘଟୁଛି । ଏହି କମ୍ପାନୀଗୁଡିକ ସମଗ୍ର ବିଶ୍ୱରେ ୩.୬ ମିଲିୟନରୁ ଅଧିକ ଲୋକଙ୍କୁ ନିୟୋଜିତ କରନ୍ତି ଏବଂ ୧ ଟ୍ରିଲିୟନ ଡଲାରରୁ ଅଧିକ ରୋଜଗାର କରନ୍ତି |