କିବ୍ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶନିବାରଦିନ ଦାବି କରିଛନ୍ତି ଯେ ରୁଷ ପକ୍ଷରୁ ଗତ ରାତିରେ ୟୁକ୍ରେନ ଉପରେ ଏକ ବଡ଼ଧରଣର ଆକ୍ରମଣ କରାଯାଇଛି । ରୁଷ ପକ୍ଷରୁ ସାଧାରଣ ନାଗରିକ ରହୁଥିବା ଇଲାକାରେ ପ୍ରାୟ ୩୬ଟି କ୍ଷେପଣାସ୍ତ୍ର ପକାଯାଇଥିଲା । ରୁଷର ଏହି ଆକ୍ରମଣ ଫଳରେ ୟୁକ୍ରେନର ବିଦ୍ୟୁତ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବାରୁ ୟୁକ୍ରେନର ବିଭିନ୍ନ ସହରରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି ବୋଲି ଜେଲେନସ୍କି ସୋସିଆଲ ମିଡିଆରେ କହିଛନ୍ତି ।
ୟୁକ୍ରେନର ଜଣେ ବରିଷ୍ଠ ଅଧିକାରୀ କାରିଲୋ ଟାମୋସେଙ୍କୋ କହିଛନ୍ତି ଯେ ବିଦ୍ୟୁତ୍ ଭିତ୍ତିଭୂମି ଉପରେ ୟୁକ୍ରେନର କ୍ଷେପଣାସ୍ତ୍ର ଆକ୍ରମଣ ଫଳରେ ୟୁକ୍ରେନର ବିଭିନ୍ନ ସହରରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଏହା ଯୋଗୁଁ ପ୍ରାୟ ୧୦ ଲକ୍ଷ ଘର ଅନ୍ଧାର ମଧ୍ୟରେ ରହିଛନ୍ତି ।
ଅନ୍ୟପକ୍ଷରେ ରୁଷର ଅଧିକୃତ ଅଂଚଳଗୁଡ଼ିକୁ ପୁଣି ଅଧିକାର କରିବାକୁ ୟୁକ୍ରେନ ସେନା ଉଦ୍ୟମ ଚଳାଇଥିବାରୁ ରୁଷ ପକ୍ଷରୁ ଉକ୍ତ ଅଂଚଳର ଲୋକମାନଙ୍କୁ ସୁରକ୍ଷିତସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି ।
ଏହି ଅଞ୍ଚଳର ରୁଷର ସମର୍ଥକ କର୍ତ୍ତୃପକ୍ଷ ସୋସିଆଲ ମିଡିଆରେ କହିଛନ୍ତି ଯେ ଉତ୍ତେଜନାମୂଳକ ପରିସ୍ଥିତି, ସହରରେ ଗୁଳି ବିନିମୟ ହେବାର ଆଶଙ୍କା ଏବଂ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଥିବାରୁ ସମସ୍ତ ସାଧାରଣ ନାଗରିକ ତୁରନ୍ତ ସହର ଛାଡି ବାମପାର୍ଶ୍ୱକୁ ଯିବାକୁ ପରାମର୍ଶ ଦିଆଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ukraine.jpg)