ବକରି ଇଦ୍ ଡ୍ୟୁଟିରେ ଯୋଗ ନ ଦେବାରୁ ୩୬ ପୁଲିସ କର୍ମଚାରୀ ନିଲମ୍ବିତ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନାର ଗତି ଟିକେ ମନ୍ଥର ହୋଇଛି। ଏଭଳି ପରିସ୍ଥିତିରେ ପ୍ରଶାସନ ପାଇଁ ଉତ୍ସବ ସମୟ ଏକ ବଡ ଚ୍ୟାଲେଞ୍ଜ ଭାବେ ସାମ୍ନାକୁ ଆସିଛି । ପୁଲିସ ଦୀର୍ଘ ଦିନ ଧରି ଦିଲ୍ଲୀରେ ବକ୍ରୀଇଦ ପ୍ରସ୍ତୁତିରେ ବ୍ୟସ୍ତ ଥିଲା। ତେବେ ବକରିଇଦ ପାଇଁ ଦିଆଯାଇଥିବା ଦାୟିତ୍ୱରେ ଯୋଗ ନ ଦେବାରୁ ୩୬ ପୁଲିସ କର୍ମଚାରୀଙ୍କୁ ଆଜି ଉତ୍ତର-ପଶ୍ଚିମ ଦିଲ୍ଲୀର ଡିସିପି ବିଜୟନ୍ତା ଆର୍ଯ୍ୟ ନିଲମ୍ବିତ କରିଛନ୍ତି। ଇଦ୍ ପାଇଁ ଜିଲ୍ଲାରେ ପ୍ରସ୍ତୁତି ପାଇଁ ଡ୍ୟୁଟିରେ ନ ଆସିବା ଉପରେ ଏହି ପଦକ୍ଷେପ ନିଆଯାଇଛି।

ଇଦ୍ କୁ ଦୃଷ୍ଟିରେ ରଖି ଏହି ୩୬ ଜଣ ପୁଲିସ କର୍ମଚାରୀ ଆଜି ସକାଳ ୫ଟାରେ ନିଜ ଅଞ୍ଚଳରେ ପହଞ୍ଚିବା କଥା, କିନ୍ତୁ ସେମାନେ ଡ୍ୟୁଟିରେ ପହଞ୍ଚି ନଥିଲେ। ଏହା ପରେ ଡିସିପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ୩୬ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ।

ଏଠାରେ ସୂଚନା ଥାଉ କି ଇଦକୁ ଦୃଷ୍ଟିରେ ରଖି କରୋନା ସଙ୍କଟ କାରଣରୁ ଜାମା ମସଜିଦରେ ପ୍ରାର୍ଥନା କରିବାକୁ ଆସିଥିବା ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ବାରମ୍ବାର ନିବେଦନ କରିଥିଲା। ଜାମା ମସଜିଦରେ ମୁତୟନ ଥିବା ପୁଲିସ କର୍ମଚାରୀମାନେ ଥର୍ମାଲ୍ ସ୍କ୍ରିନିଂ କରିବା ପରେ ହିଁ ମସଜିଦ ଭିତରକୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। କରୋନା ସଙ୍କଟରେ କିଛି ଲୋକ ସାମାଜିକ ଦୂରତା ଅନୁସରଣ କରୁଥିବାବେଳେ କେତେକ ଏହାକୁ ଉଲ୍ଲଂଘନ କରୁଥିବା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର