ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ଗସ୍ତ କରିବେ ୩୬ ଜଣ କେନ୍ଦ୍ର ମନ୍ତ୍ରୀ। ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରୀଦଳ ଜମ୍ମୁ କାଶ୍ମୀରରେ ବିଭିନ୍ନ ଜିଲ୍ଲା ବୁଲି ସ୍ଥିତି ସମୀକ୍ଷା କରିବେ। ଲୋକମାନଙ୍କ ସହ ସିଧାସଳଖ କଥା ହେବେ ଏବଂ ଧାରା ୩୭୦ର ସକାରାତ୍ମକ ପ୍ରଭାବ ସଂକ୍ରାନ୍ତରେ ଲୋକମାନଙ୍କୁ ସଚେତନ କରାଇବେ। ଆସନ୍ତାକାଲି କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ଚୂଡ଼ାନ୍ତ ହେବ। ମିଳିଥିବା ସୂଚନାନୁଯାୟୀ ୩୬ ଜଣ ମନ୍ତ୍ରୀ ଜାନୁଆରି ୧୮ରୁ ୨୪ ମଧ୍ୟରେ ଜମ୍ମୁ କାଶ୍ମୀରର ବିଭିନ୍ନ ଜିଲ୍ଲା ବୁଲିବେ। ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଏତେସଂଖ୍ୟାରେ କେନ୍ଦ୍ର ମନ୍ତ୍ରୀ କାଶ୍ମୀର ଯାଉଛନ୍ତି। କଂଗ୍ରେସ ସରକାରଙ୍କ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛି। ଗୃହ ମନ୍ତ୍ରୀ ଅମିତ ଶାହ କହୁଛନ୍ତି , କାଶ୍ମୀରରେ ସବୁକିଛି ସ୍ବାଭାବିକ। ତେବେ ଯଦି ସ୍ଥିତି ସ୍ବାଭାବିକ ଅଛି ତାହାଲେ କାଶ୍ମୀରକୁ କାହିଁକି ୩୬ ପ୍ରଚାରକଙ୍କୁ ପଠାଇଛ ବୋଲି କଂଗ୍ରେସ ସରକାରଙ୍କୁ ପ୍ରଶ୍ନ କରିଛି। ସୂଚନାନୁଯାୟୀ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ରେଳ ମନ୍ତ୍ରୀ ପୀୟୂଷ ଗୋୟଲ, ସ୍ମୃତି ଇରାନୀ, ରମେଶ ପୋଖରିୟାଲ, ପ୍ରତାପ ଷଡ଼ଙ୍ଗୀ, ଜିତେନ୍ଦ୍ର ସିଂହ, କିରେନ ରିଜ୍ଜୁ, ହରଦୀପ ସିଂହ ପୁରୀ, ଅନୁରାଗ ଠାକୁର ଏବଂ ସାଧ୍ବୀ ନିରଂଜନ ଜ୍ୟୋତିଙ୍କ ସମେତ ସମୁଦାୟ ୩୬ ଜଣ ମନ୍ତ୍ରୀ କାଶ୍ମୀର ଗସ୍ତ କରିବେ।
ଜମ୍ମୁ କାଶ୍ମୀର ଯିବେ ୩୬ କେନ୍ଦ୍ର ମନ୍ତ୍ରୀ
/sambad/media/post_attachments/wp-content/uploads/2020/01/JammuAndKashmir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)