ଚୀନରୁ ଭାରତକୁ ଆସିଲା ୩୬୦୦ଟି ଅକ୍ସିଜେନ କନସେଣ୍ଟଟ୍ରେଟର

ନୂଆଦିଲ୍ଲୀ:  ଭାରତରେ କୋଭିଡ-୧୯ ସଙ୍କଟ ମଧ୍ୟରେ ଚୀନରୁ ଆଜି ରେକର୍ଡ ସଂଖ୍ୟକ ୩୬୦୦ଟି ଅକ୍ସିଜେନ କନସେଣ୍ଟଟ୍ରେଟର ଆସି ଭାରତରେ ପହଂଚିଛି | ଏତେ ସଂଖ୍ୟକ ଅକ୍ସିଜେନ କନସେଣ୍ଟଟ୍ରେଟର ଆସିବା ଏକ ନୂତନ ରେକର୍ଡ ସୃଷ୍ଟି କରିଛି | ରବିବାର ଅପରାହ୍ନରେ ଚୀନରୁ ନୂଆଦିଲ୍ଲୀ ଅଭିମୁଖେ ଅକ୍ସିଜେନ କନସେଣ୍ଟଟ୍ରେଟର ଧରି ଏହି ବିମାନ ଅଵତରଣ କରିଛି | ପ୍ରାୟ ୧୦୦ ଟନ୍ ଓଜନ ବିଶିଷ୍ଟ ୩,୬୦୦ ରୁ ଅଧିକ ଅକ୍ସିଜେନ କନସେଣ୍ଟଟ୍ରେଟର ନେଇ ଏକ ବୋଇଙ୍ଗ ବିମାନରେ ଚାଇନାର ହାଙ୍ଗଜୋ ବିମାନବନ୍ଦରରୁ ଆସିଥିଲା ​​|

photo-indiatoday

ଏହି ବିଶାଳ ବିମାନଟି ରବିବାର ଦିନ ଅପରାହ୍ନ ୩ଟା ସମୟରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛି ବୋଲି ବୋଲୋର ଲଜିଷ୍ଟିକ୍ ଇଣ୍ଡିଆର ଜାତୀୟ ବିକ୍ରୟ ମୁଖ୍ୟ ଜସପ୍ରୀତ ସିଂ କହିଛନ୍ତି। କୋଭିଡ -୧୯ ମହାମାରୀର ଭୟଙ୍କର ଦ୍ୱିତୀୟ ଲହରୀକୁ ମୁକାବିଲା କରିବାକୁ ଏହି ଅକ୍ସିଜେନ କନସେଣ୍ଟଟ୍ରେଟରଗୁଡିକ ଦିଲ୍ଲୀ ଏନସିଆର ତଥା ଉତ୍ତର ଭାରତର ରାଜ୍ୟମାନଙ୍କର ଚାହିଦାକୁ ପୂରଣ କରିବ।

ସୂଚନା ଥାଉ କି ଏହା ପୂର୍ବରୁ ଭାରତରେ ଥିବା ଚୀନ ରାଜଦୂତ କହିଥିଲେ ଯେ ଭାରତ ପାଇଁ ୨୫ ହଜାର ଅକ୍ସିଜେନ କନସେଣ୍ଟଟ୍ରେଟର ନିର୍ମାଣ ପାଇଁ ଚୀନ ରାତିଦିନ ଏକାଠି କରିଦେଇଛି |

ସମ୍ବନ୍ଧିତ ଖବର