କୋଭିଡ-୧୯ ଓ ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ପଶ୍ଚିମବଙ୍ଗ ଏବଂ ଓଡିଶାରେ ୩୭ଟି ଟିମ ନିୟୋଜିତ କଲା ଏନଡିଆରଏଫ

ନୂଆଦିଲ୍ଲୀ: ଫେଡେରାଲ୍ କଣ୍ଟିଜେନ୍ସି ଫୋର୍ସର ମୁଖ୍ୟ ସୋମବାର ଦିନ କହିଛନ୍ତି ଯେ, ସ୍ଥିତିକୁ ଦେଖି ସମୁଦାୟ ୩୭ଟି ଏନଡିଆରଏଫ ଟିମକୁ ମାଡି ଆସୁଥିବା ବାତ୍ୟା ‘ଅମ୍ଫାନ୍’ର ମୁକାବିଲା ପାଇଁ ନିୟୋଜିତ କରାଯାଇଛି | ଗତକାଲି ୧୭ଟି ଟିମକୁ ମୁକାବିଲା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ଆଜି ଆଉ ୨୦ଟି ଟିମକୁ ଏହି ଅପରେସନ୍‌ରେ ସାମିଲ କରାଯାଇଛି |

ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନଡିଆରଏଫ)ର ମହାନିର୍ଦ୍ଦେଶକ ଏସ.ଏନ. ପ୍ରଧାନ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ବିପର୍ଯ୍ୟୟ ମୂଳକ ପରିସ୍ଥିତିର ମୁକାବିଲା ପାଇଁ ଏହି ବଳ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ଉପକରଣ ସହିତ ପ୍ରସ୍ତୁତ ହୋଇଛି | ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟାର ଅପଡେଟ ରିପୋର୍ଟ ପାଇବା ପରେ ଆମର ସମସ୍ତ ଟିମ ସଜାଗ ରହିଛନ୍ତି | ପଶ୍ଚିମବଙ୍ଗ ଏବଂ ଓଡିଶାରେ ଏନଡିଆରଏଫ ଦ୍ୱାରା ମୋଟ ୩୭ଟି ଟିମ୍ ନିୟୋଜିତ ହୋଇଛନ୍ତି, ସେଥିମଧ୍ୟରୁ ୨୦ ଟି ଟିମ୍ ସକ୍ରିୟ ଭାବରେ ନିୟୋଜିତ ହୋଇଛନ୍ତି ଏବଂ ୧୭ ଟି ଏହି ଦୁଇ  ରାଜ୍ୟରେ ଷ୍ଟାଣ୍ଡବାଏ ଭାବେ ଅଛନ୍ତି।

Cyclone Amphan: NDRF DG says 37 teams to combat dual challenge of ...
CNBC-TV18.com

ବର୍ତ୍ତମାନ ବାତ୍ୟା ସହ କୋଭିଡ-୧୯ ସହ ମଧ୍ୟ ଆମକୁ ମୁକାବିଲା କରିବାର ଅଛି | ସେ ନେଇ ଏନଡିଆରଏଫ ଦଳକୁ ଉଭୟ-ବାତ୍ୟା ଓ କୋଭିଡ-୧୯ ପାଇଁ ଲୋକଙ୍କୁ ସଚେତନ କରାଇବାକୁ ପ୍ରସ୍ତୁତ କରାଯାଇଛି। | ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରୁ ସକ୍ରିୟ ସ୍ଥାନାନ୍ତର ପାଇଁ ଆମେ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର