ସୁପ୍ରିମ୍‌ କୋର୍ଟରେ ଧାରା ୩୭୦ ମାମଲା

ଜରୁରୀ ଶୁଣାଣି ପାଇଁ ମନାକଲେ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦କୁ ପ୍ରତ୍ୟାହାର କରାଯିବା ବିରୋଧରେ ସୁପ୍ରିମ୍‌ କୋର୍ଟରେ ଦାଏର ହୋଇଥିବା ଆବେଦନ ଉପରେ ଜରୁରୀ ଶୁଣାଣି ପାଇଁ କୋର୍ଟ ମନା କରିଛନ୍ତି। ଆଇନଜୀବୀ ଏମ୍‌.ଏଲ୍‌. ଶର୍ମାଙ୍କ ଦ୍ବାରା ହୋଇଥିବା ଏହି ମାମଲାର ସଂକ୍ଷିପ୍ତ ଶୁଣାଣି କରି ଜଷ୍ଟିସ୍‌ ଏନ୍‌ଭି ରମଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଥିଲେ, ଧାରା ୩୭୦ ସଂକ୍ରାନ୍ତ ଏହି ଆବେଦନକୁ ଜରୁରୀ ଶୁଣାଣି ପାଇଁ ଗ୍ରହଣ କରାଯାଇ ପାରିବ ନାହିଁ। ଜାତିସଂଘକୁ ଏହି ମାମଲା ଯାଇପାରେ ବୋଲି ଆବେଦନକାରୀଙ୍କ ଯୁକ୍ତି ଉପରେ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ ଭାରତୀୟ ସଂସଦରେ କୌଣସି ସଂଶୋଧନ ଗୃହୀତ ହେବାକୁ ଜାତିସଂଘ ରୋକି ପାରିବ କି ? କଶ୍ମୀରରେ ନେତାମାନଙ୍କୁ ଗୃହବନ୍ଦୀ କରି ରଖାଯିବା ସହ ସେଠାରେ କର୍ଫ୍ୟୁ ଜାରି ହୋଇଥିବାରୁ ଏହାକୁ ଅଗଣତାନ୍ତ୍ରିକ ଦର୍ଶାଇ ଏହାର ତୁରନ୍ତ ପ୍ରତ୍ୟାହାର ପାଇଁ ଆବେଦନକାରୀ ଯୁକ୍ତି ଦର୍ଶାଇଥିଲେ। ତେବେ କୋର୍ଟ ଏହାକୁ ଗ୍ରହଣ ନକରି ଏହା ଜରୁରୀ ଶୁଣାଣି ପାଇଁ ଯୋଗ୍ୟ ନୁହେଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର