ବିମାନରେ ଦିନକୁ ଯାତ୍ରା କରିଛନ୍ତି ୩,୭୨,୮୪୦ ଜଣ

ନୂଆଦିଲ୍ଲୀ : ଭାରତରେ ୨୦୨୨-୨୩ ଆର୍ଥିକ ବର୍ଷରେ ଦିନକୁ ହାରାହାରି ୩,୭୨,୮୪୦ ଜଣ ଯାତ୍ରୀ ବିମାନରେ ଯାତ୍ରା କରିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ଏଥିରେ ୫୯.୮୧ ପ୍ରତିଶତ ବୃଦ୍ଧି ଘଟିଛି ବୋଲି ଏକ ତଥ୍ୟରୁ ଜଣାଯାଇଛି।

ଏହାସତ୍ତ୍ବେ ଦେଶ ଭିତରେ ବିମାନରେ ଯାତ୍ରା କରୁଥିବା ଦୈନିକ ଯାତ୍ରୀଙ୍କ ସଂଖ୍ୟା କରୋନା ପୂର୍ବ (୨୦୧୮-୧୯)ର ସର୍ବୋଚ୍ଚ ସ୍ତର ତୁଳନାରେ ୩.୬୫ ପ୍ରତିଶତ କମ୍ ରହିଛି। ମହାମାରୀ ପାଇଁ ୨୦୨୧-୨୨ ଏବଂ ୨୦୨୨-୨୩ରେ ଦେଶ ଭିତରେ ବିମାନ ଯାତ୍ରା ସାଂଘାତିକ ଭାବେ ପ୍ରଭାବିତ ହୋଇଥିଲା। ଲକଡାଉନ କାରଣରୁ ବିମାନ ଚଳାଚଳ ଦୀର୍ଘଦିନ ଧରି ବନ୍ଦ ରହିଥିଲା। ଏଥିସହିତ ବିମାନ କମ୍ପାନିଗୁଡ଼ିକ ମଧ୍ୟ ଅନେକ ସମସ୍ୟା ଦେଇ ଗତି କରିଥିଲେ।

୨୦୨୨-୨୩ରେ ଫେବ୍ରୁଆରିରେ ଦୈନିକ ହାରାହାରି ବିମାନ ଯାତ୍ରୀଙ୍କ ସଂଖ୍ୟା ସର୍ବାଧିକ ଅର୍ଥାତ୍ ୪,୩୧,୦୩୫ ରହିଥିଲା। ମାର୍ଚ୍ଚ ମାସରେ ଏହା ୪,୧୯,୩୮୮କୁ ହ୍ରାସ ପାଇଥିଲା।

ସମ୍ବନ୍ଧିତ ଖବର