ଲଣ୍ଡନ : କେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତ ନିଜର ୨ୟ ଇନିଂସରେ ୩୭୩ ରନରେ ଅଲଆଉଟ ହୋଇଯାଇଛି । ଏହା ଫଳରେ ଇଂଲଣ୍ଡ ଆଗରେ ୩୭୪ ରନର ବିଜୟ ଲକ୍ଷ୍ୟ ରହିଛି ।
ଆଜି ଭାରତ ନିଜର ଗତକାଲିର ସ୍କୋର ୨ ଓ୍ବିକେଟରେ ୭୫ ରନରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ଦୁଇ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ଓ ଆକାଶଦୀପ ଲଢୁଆ ବ୍ୟାଟିଂ କରି ଏକ ଭଲ ପାର୍ଟନରସିପ କରିଥିଲେ । ଜୟସ୍ବାଲ ୧୧୮ ରନର ଏକ ଶତକୀୟ ଇନିଂସ ଖେଳିଥିଲେ । ସେହିପରି ଆକାଶଦୀପ ଗତକାଲି ନାଇଟ ଓ୍ବାଚମ୍ୟାନଭାବେ ଆସି ମଧ୍ୟ ୬୬ ରନର ବହୁମୂଲ୍ୟ ଇନିଂସ ଖେଳିଥିଲେ । ତେବେ ଆକାଶଦୀପ ଆଉଟ ହେବା ପରେ ଅଧିନାୟକ ଶୁବମନ ଓ କରୁନ ନାୟାର ବିଶେଷ ଯୋଗଦାନ ଦେଇପାରିନଥିଲେ । ତେବେ ଶେଷ ବେଳକୁ ରବୀନ୍ଦ୍ର ଜାଦେଜା, ଓ୍ବାସିଂଟନ ସୁନ୍ଦର ଅର୍ଦ୍ଧଶତକ ହାସଲ କରି ସ୍କୋରକୁ ଏକ ସୁରକ୍ଷିତ ସ୍ତରକୁ ନେଇଯାଇଥିଲେ । ଜାଦେଜା ୫୩ ରନ କରିଥିବାବେଳେ ସୁନ୍ଦର ୫୩ ରନ କରିଥିଲେ । ସେହିପରି ଧ୍ରୁବ ଜୁରେଲ ୩୪ ରନ କରିଥିଲେ ।
ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମ ଇନିଂସରେ ୨୨୪ ରନ କରି ଅଲଆଉଟ ହୋଇଯାଇଥିବାବେଳେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୨୪୭ ରନ କରି ଅଲଆଉଟ ହୋଇଯାଇଥିଲା ।