ଗୋଟିଏ ବ୍ୟାଙ୍କ୍‌ ଶାଖାର ୩୮ କର୍ମଚାରୀ କରୋନା ସଂକ୍ରମିତ

ତିରୁଚିରାପଲ୍ଲି : ତାମିଲନାଡ଼ୁର ତିରୁଚିରାପଲ୍ଲିରେ ଏକ ଜାତୀୟ ବ୍ୟାଙ୍କ୍‌ର ମୁଖ୍ୟ ବ୍ରାଞ୍ଚ୍‌ରେ ୩୮ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ବ୍ୟାଙ୍କ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଯାଇଛି। ବ୍ୟାଙ୍କ୍‌ ଅଧିକାରୀଙ୍କ କହିବା ଅନୁଯାୟୀ ବ୍ୟାଙ୍କ୍‌କୁ ଯେଉଁ ଗ୍ରାହକମାନେ ଆସିଥିଲେ ସେମାନଙ୍କୁ ସ୍ବେଚ୍ଛାକୃତ ଭାବେ କରୋନା ଟେଷ୍ଟ୍‌ କରିବାପାଇଁ କୁହାଯାଇଛି। ନିକଟରେ ବ୍ୟାଙ୍କ୍‌ ନିକଟରେ ଏକ ଗଣ ମେଡିକାଲ ସ୍କ୍ରିନିଂ କାର୍ଯ୍ୟକ୍ରମ ହୋଇଥିବା ବେଳେ ବ୍ୟାଙ୍କ୍‌ କର୍ମଚାରୀମାନେ କରୋନା ଟେଷ୍ଟ୍‌ କରିଥିଲେ। ମୋଟ୍‌ ୩୮ ଜଣ ପଜିଟିଭ୍‌ ଅଛନ୍ତି। ତେବେ ବ୍ୟାଙ୍କ୍‌କୁ କେଉଁ ଗ୍ରାହକମାନେ ଆସିଥିଲେ ସେମାନଙ୍କ ସହ ସ୍ବାସ୍ଥ୍ୟକର୍ମୀଙ୍କ ପକ୍ଷରୁ ଯୋଗାଯୋଗ କରାଯାଇଛି। ବ୍ୟାଙ୍କ୍‌ରେ ବିଶୋଧନ କାମ ଜାରି ରହିଥିବାବେଳେ ଆସନ୍ତାକାଲି ବ୍ୟାଙ୍କ୍‌ ଖୋଲିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର