ଭାରତର ୩୮ ନିୟୁତ ଡଲାର ବାକି ରଖିଛି ଜାତିସଂଘ

ବାକି ଶୁଝିବାକୁ ଲାଗିବ ୨୦୦ ବର୍ଷ

ନ୍ୟୁୟର୍କ: ଶାନ୍ତି ସୁରକ୍ଷା ଅଭିଯାନର ଖର୍ଚ୍ଚ ବାବଦରେ ଭାରତର ୩୬ ନିୟୁତ ଡଲାର ବାକି ରଖିଛି ମିଳିତ ଜାତିସଂଘ। ଏହି ସୂଚନା ଦେଇଛନ୍ତି ଜାତିସଂଘ ମହାସଚିବ ଆ‌େଣ୍ଟ‌ାନିଓ ଗୁତେରସ। ସାଧାରଣ ପରିଷଦକୁ ଆର୍ଥିକ ପରିସ୍ଥିତି ବିଷୟରେ ସୂଚନା ଦେବା ବେଳେ ଜାତିସଂଘ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସୋମବାର ଏହି ସୂଚନା ଦେଇଛନ୍ତି ଗୁତେରସ୍। ଗୁ‌େତରସ କହିଛନ୍ତି, ଆର୍ଥିକ ଦୁରାବସ୍ଥା ଯୋଗୁଁ ଶାନ୍ତି ସୁରକ୍ଷା ଅଭିଯାନରେ ଯୋଗଦାନ କରିଥିବା ବିଭିନ୍ନ ଦେଶକୁ ଜାତିସଂଘ ବକେୟା ଅର୍ଥ ଦେଇପାରୁନାହିଁ। ଏଭଳି ଆର୍ଥିକ ଅବସ୍ଥା ପାଇଁ ସେ ନିର୍ଦିଷ୍ଟ ଭାବେ ଆମେରିକାକୁ ଦାୟୀ କରିଛନ୍ତି। ଜାତିସଂଘର ସଦସ୍ୟ ମାନେ ବଜେଟ ଅନୁସାରେ ଆର୍ଥିକ ସହାୟତା ଦେଉନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସ୍ପଷ୍ଟ କରିଛନ୍ତି ଗୁତେରସ। ୨୦୧୭-୧୮ରେ ଶାନ୍ତିସୁରକ୍ଷା ଅଭିଯାନ ବକେୟା ବାବଦରେ ରହିଛି ୨୦୦ କୋଟି ଡଲାର। ଆମେରିକାର ନାମ ନନେଇ ସେ କହିଛନ୍ତି ଯେ ଜଣେ ସଦସ୍ୟ ୩ ପ୍ରତିଶତ ସହାୟତା ରାଶି କମାଇଦେବା ମଧ୍ୟ ଆର୍ଥିକ ସଙ୍କଟର ଅନ୍ୟତମ କାରଣ। ଭାରତର ସ୍ଥାୟୀ ପ୍ରତିନିଧି ସୟଦ୍‌ ଆକବରୁଦ୍ଦିନ କହିଛନ୍ତି, ଶାନ୍ତି ସୁରକ୍ଷା ଅଭିଯାନରେ ଯୋଗଦାନ ଥିବା ଦେଶଙ୍କ ବକେୟା ଏତେ ବଢିଯାଇଛି ଯେ ଗୋଟିଏ ନିର୍ଦିଷ୍ଟ ଦେଶର ବାକି ସୁଝିବାକୁ ୨୦୦ ବର୍ଷ ଲାଗିବ I

ସମ୍ବନ୍ଧିତ ଖବର