କିଭ୍: ୟୁକ୍ରେନର ଚେର୍ନୋବିଲରେ ରହୁଥିବା କୁକୁରମାନେ ନିଜ ଶରୀରରେ ବିକିରଣ ପ୍ରତିରୋଧି(ଆଣ୍ଟି-ରେଡିଏସନ) ଶକ୍ତି ଏବଂ ସାଧାରଣ ଲୋକଙ୍କ ଅପେକ୍ଷା ଅଧିକ ରୋଗ ପ୍ରତିରୋଧକ ଶକ୍ତି ବିକଶିତ କରିଛନ୍ତି। ଏହାର କାରଣ ପରମାଣୁ ବିପର୍ଯ୍ୟୟ ବୋଲି କୁହାଯାଉଛି।

Advertisment

ୟୁକ୍ରେନର ଚେର୍ନୋବିଲ ଆଣବିକ କାରଖାନାରେ ୧୯୮୬ ରେଡିଓଆକ୍ଟିଭ ଲିକ୍‌ର ପ୍ରଭାବ ଏବେ ମଧ୍ୟ ଦେଖିବାକୁ ମିଳୁଛି। ଆମେରିକୀୟ ବୈଜ୍ଞାନିକଙ୍କ ଦ୍ବାରା ହୋଇଥିବା ନୂତନ ଅନୁସନ୍ଧାନ ଅନୁଯାୟୀ, ଚେର୍ନୋବିଲ ଏକ୍ସକ୍ଲୁଜନ୍ ଜୋନ୍ (ସିଇଜେଡ୍)ରେ ରହୁଥିବା ବୁଲା କୁକୁରମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି।

ଦୀର୍ଘ ସମୟ ଧରି ବିଷାକ୍ତ ପରିବେଶରେ ରହିବା ଯୋଗୁ ସେମାନେ ଏଥିରେ ଅଭ୍ୟସ୍ତ ହୋଇ 'ସୁପର ଡଗ୍' ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରେ ଆଣ୍ଟି-ରେଡିଏସନ ଏବଂ ସାଧାରଣ ଅପେକ୍ଷା ଅଧିକ ପ୍ରତିରୋଧକ ଶକ୍ତି ବିକଶିତ ହୋଇପାରିଛି।  

ଡେଲି ମେଲ ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକମାନେ ସିଇଜେଡ୍‌ରେ ରହୁଥିବା ୧୧୬ କୁକୁରଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲେ। ଅନୁସନ୍ଧାନରୁ ଜଣାପଡିଥିଲା ବିଭିନ୍ନ ବୈଶିଷ୍ଟ୍ୟ ବିଶିଷ୍ଟ କୁକୁରମାନଙ୍କର ଦୁଇଟି ଜନସଂଖ୍ୟା ରହିଛି। ଯାହାକି ଅନ୍ୟ ଅଞ୍ଚଳରେଥିବା କୁକୁରମାନଙ୍କ ଜେନେଟିକ୍ ଠାରୁ ଭିନ୍ନ। ବୈଜ୍ଞାନିକମାନେ କହିଛନ୍ତି ଯେ, ମଣିଷମାନେ ପରିବେଶ ବିପଦରୁ ନିଜକୁ ରକ୍ଷା କରିବା ପାଇଁ କୁକୁରମାନେ କିପରି ଏହି ଜେନେଟିକ୍ ସୁପର ପାୱାର ବିକଶିତ କଲେ ତାହା ବୁଝିବା ଗୁରୁତ୍ୱପୂର୍ଣ୍ଣ  ହୋଇପଡ଼ିଛି।

ଚେର୍ନୋବିଲ ଦୁର୍ଘଟଣା ପରେ ଲୋକମାନଙ୍କୁ ଏହି ଅଞ୍ଚଳରୁ ହଟାଇ ଦିଆଯାଇଥିଲା। ଅନୁସନ୍ଧାନ ଅନୁଯାୟୀ, ଦୀର୍ଘ ଦିନ ଧରି ବିଷାକ୍ତ ପରିବେଶରେ ରହିବା ସତ୍ତ୍ବେ କୁକୁରମାନେ ଜୀବିତ ଥିବା ଆଶ୍ଚର୍ଯ୍ୟଜନକ। ମାନବ ଜୀବନ ପାଇଁ ଏହି ଅଞ୍ଚଳରେ ବିକିରଣସ୍ତର ଛଅ ଗୁଣ ଅଧିକ। ଏହା ସତ୍ତ୍ବେ ପ୍ରାୟ ୯୦୦ କୁକୁର କଠିନ ପରିବେଶରେ ବାସ କରୁଛନ୍ତି।

ଅଧିକ ପଢ଼ନ୍ତୁ: ପ୍ଲାନ୍ ‘ଏ’ ଏବଂ ‘ବି’ ସହିତ ଦିଲ୍ଲୀରେ ପହଞ୍ଚିଲେ ଫଡନାଭିସ୍

କଲମ୍ବିଆ ବିଶ୍ୱବିଦ୍ୟାଳୟର ବେଜ୍ଞାନିକମାନେ ଏକ କଠିନ ପରିବେଶରେ ବାସ କରୁଥିବା କୁକୁରମାନଙ୍କର ଜେନେଟିକ୍ସ ଉପରେ କିଭଳି ଆଣବିକ ପ୍ରଭାବ ପକାଇଥିଲା ତାହା ଜାଣିବା ପାଇଁ ଗବେଷଣା କରିଥିଲେ। ଅନୁସନ୍ଧାନରୁ ଜଣାପଡିଥିଲା ଏହି  କୁକୁରମାନଙ୍କର ୪୦୦ଟି ଏପରି ଜେନେଟିକ୍ ଗୁଣ ଅଛି, ଯାହା ସାଧାରଣ କୁକୁରମାନଙ୍କଠାରୁ ଭିନ୍ନ। ଜିନ୍ ସେମାନଙ୍କୁ ବିଷାକ୍ତ ପରିବେଶରେ ବଞ୍ଚିବାର କ୍ଷମତା ପ୍ରଦାନ କରିଛି।

ଅଧିକ ପଢ଼ନ୍ତୁ: ଭାରତରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୬୯% ହ୍ରାସ ପାଇଛି