ଆଜି ସହିଦ ଦିବସ: ଡିୟୁଟି ସମୟରେ ବର୍ଷକ ମଧ୍ୟରେ ୩୮୩ ପୁଲିସ ସହିଦ

ଭୁବନେଶ୍ୱର: କଟକ ରିଜର୍ଭ ପୁଲିସ ପଡିଆରେ ୫୮ତମ ସହିଦ ସ୍ମୃତି ଦିବସକୁ ଡିଜିପି ଶନିବାର ଉଦଘାଟନ କରିଛନ୍ତି । ଏଥିରେ ଡିଜିପିଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ସାମିଲ ହୋଇ ସହିଦଙ୍କୁ ମନେ ପକାଇବା ସହ ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ। ଅପରାଧ ଦମନ କ୍ଷେତ୍ରରେ ପ୍ରାଣବଳୀ ଦେଇଥିବା ସହିଦଙ୍କ ବଳିଦାନ ବ୍ୟଥା ଯିବନାହିଁ ବୋଲି ଏହି ଅବସରରେ କହିଛନ୍ତି ପୁଲିସ ଡିଜି ଆରପି ଶର୍ମା ।

ସେହିପରି ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ମଧ୍ୟ ୫୮ ତମ ସହିଦ ସ୍ମୃତି ଦିବସ ପାଳିତ ହୋଇଛି । ମାଲକାନଗିରି ପୁଲିସ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମାଲକାନଗିରି ଏସପି ଯଗମୋହନ ସାରା ଭାରତରେ ସହୀଦ ହୋଇଥିବା ଯବାନଙ୍କ ତାଲିକା ପାଠ କରିବା ସହ ସହିଦ ଯବାନ ପ୍ରତିକ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଚଳି ଦେଇଥିଲେ। ଏଥିରେ ଜିଲ୍ଲାର ବରିଷ୍ଟ ପୁଲିସ ଅଧିକାରୀ ସାମିଲ ହୋଇଥିଲେ। ସେପଟେ ରାଉରକେଲାରେ ମଧ୍ୟ ସହିଦଙ୍କୁ ମନେପକାଯାଇଛି । ପଶ୍ଚିମାଂଚଳ ପୁଲିସ ଡିଆଇଜି କବିତା ଜଲାନ ସହିଦଙ୍କ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଏହାସହ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ ପଶ୍ଚିମାଂଚଳ ପୁଲିସ ଡିଆଜି ।

ଜମ୍ମୁ-କଶ୍ମୀର ସୁରକ୍ଷାବଳୟରେ ବହୁ ଘାତପ୍ରତିଘାତ ଓ ସଂଘର୍ଷ ମଧ୍ୟ ଦେଇ ପୁଲିସକର୍ମୀ ଡିୟୁଟି କରିଥାଆନ୍ତି। ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ରାଜୀବ ଜୈନ୍‌ଙ୍କ କହିବାନୁସାରେ, ଗତ କିଛିବର୍ଷ ହେବ ବିଏସ୍‌ଏଫର ୫୬ ଓ ଜମ୍ମୁ-କଶ୍ମୀର ୪୨ଜଣ ପୁଲିସ ସମେତ ୩୮୩ ପୁଲିସ କର୍ମୀ ଡିୟୁଟି କରୁଥିବା ସମୟରେ ସହିଦ ହୋଇଛନ୍ତି।

୫୮ତମ ସହିଦ ସ୍ମୃତି ଦିବସ ଅବସରରେକୁ ରାଜୀବ ଜୈନ୍‌ କହିଛନ୍ତି, ସେପ୍ଟେମ୍ବର ୨୦୧୬ରୁ ଅଗଷ୍ଟ ୨୦୧୭ ପର୍ଯ୍ୟନ୍ତ ଦେଶର କର୍ତ୍ତବ୍ୟ ପାଳନ କରୁଥିବା ସମୟର ୩୮୩ ପୁଲିସକର୍ମୀ ସହିଦ ହୋଇଛନ୍ତି। ଏଥିମଧ୍ୟରୁ ଉତ୍ତରପ୍ରଦେଶ ପୁଲିସର ୭୬ଜଣ, ବିଏସ୍‌ଏଫ୍‌ର ୫୬ଜଣ, ସିଆରପିଏଫ୍‌ର ୪୯ଜଣ, ଜମ୍ମୁ-କଶ୍ମୀରର ୪୨ଜଣ, ଛତିଶଗଡ଼ର ୨୩ଜଣ, ପଶ୍ଚିମବଙ୍ଗର ୧୬ଜଣ, ଦିଲ୍ଲୀ ଓ ସିଆଇଏସଏଫର ୧୩-୧୩ଜଣ ଓ ବିହାର ଓ କର୍ଣ୍ଣାଟକର ୧୨-୧୨ଜଣ ଓ ଆଇଟିପିପିରୁ ୧୧ଜଣ ସାମିଲ ଥିଲେ।

ସଂକ୍ଷେପରେ ସହିଦ ଦିବସ
୧୯୫୬ ମସିହା ଅକ୍ଟେବାର ୨୧ ତାରିଖରେ ଭାରତ-ଚୀନ ସୀମାରେ ଚୀନ ସେନାର ଆକ୍ରମଣରେ ୧୦ ଜଣ ଯବାନ ଓ ୩୪,୪୧୮ ସୈନିକ ଭାରତର ଏକତା ଓ ଅଖଣ୍ଡତା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ସେହି ଦିନ ଠାରୁ ପ୍ରତି ବର୍ଷ ଅକ୍ଟେବାର୨୧ ତାରିଖକୁ ସହିଦ ଦିବସ ଭାବେ ପାଳନ କରୁଛି ସାରା ଦେଶ ।

ସମ୍ବନ୍ଧିତ ଖବର