ଲଣ୍ଡନ: ଦକ୍ଷିଣ-ପୂର୍ବ ଇଂଲଣ୍ଡରୁ ଏକ ଟ୍ରକ୍ ଡାଲାରୁ ବୁଧବାର ଏକାସଙ୍ଗେ ୩୯ଟି ମୃତଦେହକୁ ପୁଲିସ ଜବତ କରିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।
ଏସେକ୍ସ ପୁଲିସ ସୂତ୍ରରୁ ମିଳିଥିବା ତଥ୍ୟରୁ ଅନୁମାନ କରାଯାଉଛି କି ଏହି ଟ୍ରକ୍ଟି ଏତେ ଗୁଡ଼ିକ ଶବ ଧରି ବୁଲଗେରିଆରୁ ଆସୁଥିଲା। ବିଶେଷ ସୂତ୍ରରୁ ଖବର ପାଇବା ପରେ ବୁଧବାର ପୁଲିସ ଲଣ୍ଡନ ନିକଟସ୍ଥ ଗ୍ରେଜର ଏକ ଶିଳ୍ପାଞ୍ଚଳ ପାର୍କ ନିକଟରୁ ଏହି ଟ୍ରକ୍କୁ ଜବତ କରିଥିଲା। ସେହିପରି ଟ୍ରକ ଚାଳକ ୱାଲେସରେ ଥିବା ହୋଲିହେଡ୍ ଅଞ୍ଚଳ ଦେଇ ବ୍ରିଟେନରେ ପ୍ରବେଶ କରିବାର ଯୋଜନା ରଖିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
/sambad/media/post_attachments/wp-content/uploads/2019/10/download-1-23.jpg)
ଟ୍ରକ୍କୁ ଜବତ କରି ପୁଲିସ ଯାଞ୍ଚ କରିବା ପରେ ଏଥିରେ ଥିବା ୩୯ଟି ମୃତଦେହ ମଧ୍ୟରୁ ୩୮ଟି ମୃତଦେହ ପ୍ରାପ୍ତ ବୟସ୍କଙ୍କ ହୋଇଥିବା ବେଳେ ଜଣେ ନାବାଳକର ମୃତଦେହ ରହିଥିଲା ବୋଲି ପୁଲିସ ଦେଖିବାକୁ ପାଇଥିଲା। ପୁଲିସ୍ ବର୍ତ୍ତମାନ ମୃତକଙ୍କ ପରିଚୟ ପାଇଁ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ପୂର୍ବ ଆୟର୍ଲ୍ୟାଣ୍ଡର ୨୫ ବର୍ଷୀୟ ଟ୍ରକ୍ ଚାଳକଙ୍କୁ ପୁଲିସ୍ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/truck.jpg)