‘ଗତ ୪ବର୍ଷ ଧରି କାହିଁକି ଆମକୁ ମିଥ୍ୟା ପ୍ରତିଶ୍ରୁତି ଆଶା ଦେଇ ଚାଲିଥିଲେ ସରକାର?’ ପ୍ରଶ୍ନ କଲେ ମୃତକଙ୍କ ପରିବାର
ଇରାକ୍ରେ ୩୯ ଭାରତୀୟଙ୍କୁ ହତ୍ୟା ଘଟଣା
ନୂଆଦିଲ୍ଲୀ: ଇରାକ୍ରେ ୨୦୧୪ ମସିହାରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ଦ୍ୱାରା ଇରାକ୍ରେ ଅପହୃତ ହୋଇଥିବା ସମସ୍ତ ୩୯ ଜଣ ଭାରତୀୟଙ୍କୁ ହତ୍ୟା କରାଯାଇଛି ବୋଲି ମଙ୍ଗଳବାର ସଂସଦର ରାଜ୍ୟସଭାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କହିବା ପରେ ଏହାକୁ କେନ୍ଦ୍ର କରି ଦେଶବ୍ୟାପି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉଳ୍ଲେଖଯୋଗ୍ୟ, ଗତ ୨୦୧୪ରେ ଇରାକ୍ର ମୋସୁଲ ନିକଟରେ ଏକ ପ୍ରୋଜେକ୍ଟରେ କାମ କରୁଥିବାବେଳେ ୩୯ ଜଣ ଭାରତୀୟଙ୍କୁ ଆଇଏସ୍ଆଇଏସ୍ର ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ।
He had left for Iraq in 2013. He used to talk to me every Friday. Govt kept saying that they are all safe. What demand do I make from them? I have already lost him.: Rajesh Chand, father of Aman who was among the 39 Indians killed in Iraq’s Mosul (#HimachalPradesh‘s Kangra) pic.twitter.com/FfUGTUxnVg
— ANI (@ANI) March 20, 2018
ରାଜ୍ୟସଭାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଆଜିର ବୟାନ ପରେ ଆଇଏସ୍ଆଇଏସ୍ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିବା ମନ୍ଜିନ୍ନ୍ଦର ସିଂହଙ୍କ ଭଉଣୀ ଗୁର୍ପିନ୍ଦର କୌର ସରକାରଙ୍କର ଭର୍ତ୍ସନା କରି କହିଛନ୍ତି, ‘ବୈଦେଶିକ ମନ୍ତ୍ରୀ ତେବେ କହିଁକି ଗତ ୪ବର୍ଷ ଧରି ଆମକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଥିଲେ? କାହିଁକି ବୈଦେଶିକ ମନ୍ତ୍ରୀ ମୋତେ କହିଥିଲେ ଯେ ମୋ ଭାଇ ଜୀବିତ ଅଛି? ବୈଦେଶିକ ମନ୍ତ୍ରୀଙ୍କ ଆଜିର ବୟାନ ପରେ ଜାଣି ପାରୁନି କାହକୁ ବିଶ୍ୱାସ କାରିବି? ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେବାକୁ ଚାହୁଁଛି; ମାତ୍ର କୌଣସି ପ୍ରକାରର କିଛି ବି ସୂଚନା ମିଳୁ ନାହିଁ’ ବୋଲି ଅଭିଯୋଗ କରିଛନ୍ତି ଗୁର୍ପିନ୍ଦର କୌର। ସେହପରି ଅନ୍ୟ ଜଣେ ମୃତକଙ୍କ ଭାଇ ଅଭିଯୋଗ କରି କହିଛନ୍ତି ଯେ ଏହି ଅପହରଣ ଘଟଣା ପରେ ସରକାର ତାଙ୍କୁ ସଂପୂର୍ଣ୍ଣ ଅନ୍ଧକାର ମଧ୍ୟରେ ରଖିଥିଲେ। ଅନ୍ୟପକ୍ଷରେ ଏହି ଘଟଣାରେ ଅନ୍ୟଜଣେ ମୃତକଙ୍କ ପତ୍ନୀ କହିଛନ୍ତି, ‘ଆମେ ତ ସରକାରଙ୍କ ଠାରୁ କିଛି ବି ଦାବି କରୁ ନଥିଲୁ। ତେବେ, ସରକାର ଗତ ୪ ବର୍ଷ ଧରି କାହିଁକି ଆମମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବା ସହ ଆଶା ଦେଖାଇ ଚାଲିଥିଲେ ଯେ ଅପହୃତମାନେ ଜୀବିତ ଅଛନ୍ତି ବୋଲି?’
I’m shocked to hear that 39 Indians who were in captivity since 2014, in Iraq, are now confirmed dead.
My deepest condolences to the families of those who have lived in hope, that their loved ones will return unharmed. My thoughts and prayers are with all of you today.
— Rahul Gandhi (@RahulGandhi) March 20, 2018
ଏହି ଘଟଣାରେ ବିରୋଧୀ ଦଳ ମଧ୍ୟ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାରର ତୀବ୍ର ସମାଲୋଚନା କରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ ଆଇଏସ୍ଆଇଏସ୍ର ଆତଙ୍କବାଦୀମାନଙ୍କ ଦ୍ୱାରା ଅପହୃତ ହୋଇ ପଣବନ୍ଦୀ ଥିବା ୩୯ ଜଣ ଭାରତୀୟଙ୍କ ପରିବାର ବର୍ଗଙ୍କୁ ସରକାର କାହିଁକି ଓ କେଉଁ ପରିସ୍ଥିତିରେ ସେମାନେ ଜୀବିତ ଅଛନ୍ତି ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇ ଆସୁଥିଲେ ତାହାର ଉତ୍ତର ମଧ୍ୟ ଦିଅନ୍ତୁ। ଏଥିସହ ଏହି ମାନବିକ ଘଟଣାରେ ଆଇଏସ୍ଆଇଏସ୍ର ଆତଙ୍କବାଦୀମାନଙ୍କ ହାତରେ ହତ୍ୟାର ଶିକାର ହୋଇଥିବା ୩୯ ଜଣ ଭାରତୀୟଙ୍କ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ରାହୁଲ ଗାନ୍ଧୀ।