୩୯ ଲକ୍ଷ ଟଙ୍କାରେ ନିଲାମ ହେଲା ମଦ ବୋତଲ

ହଂକଂ: ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ମହଙ୍ଗା ମଦ କିଣିବାକୁ ପସନ୍ଦ କରିଥାନ୍ତି | କିନ୍ତୁ ମଦ ବୋତଲ ପିଛା ୩୯ ଲକ୍ଷ ଟଙ୍କାରେ କିଣିବା ଆପଣଙ୍କୁ ବିଶ୍ୱାସ ହେଉଛି କି ? ଏଭଳି ଏକ ଦାମୀ ନିଲାମ ହଂକଂରେ ହୋଇଛି | ହଂକଂରେ ହୋଇଥିଲା ଏହି ନିଲାମରେ ଏକ ହ୍ୱିସ୍କି ବୋତଲକୁ ୩୯ ଲକ୍ଷ ଟଙ୍କାରେ କିଣାଯାଇଛି | ଏବେ ଆପଣଙ୍କ ମନକୁ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ ଏହି ମଦ ବୋତଲରେ ଏମିତି କଣ ଥିଲା ଯେ ଯାହା ଏତେ ଟଙ୍କାରେ ବିକ୍ରି ହୋଇଛି |

ପ୍ରକୃତରେ ଏହି ହ୍ୱିସ୍କି ୭୨ ବର୍ଷ ପୁରୁଣା ହୋଇଥିବାବେଳେ ୧୯୪୮ ମସିହାରେ ପ୍ରସ୍ତୁତ କରାଯାଇଥିଲା | ସ୍କଟଲାଣ୍ଡର ଗ୍ଲେନ ଗ୍ରାଣ୍ଟ ସିଙ୍ଗଲ ହ୍ୱିସ୍କି କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ମଦ ଏବେ ବିକ୍ରି ଆରମ୍ଭ ହୋଇଥିବାବେଳେ ଏହାର ପ୍ରଥମ ବୋତଲକୁ ହଂକଂରେ ନିଲାମ ଡକାଯାଇଥିଲା | ଆଉ ୫୪ ହଜାର ହଂକଂ ଡଲାର ବା ପ୍ରାୟ ୩୯ ଲକ୍ଷ ଟଙ୍କାରେ ପ୍ରଥମ ବୋତଲ ବିକ୍ରି ହୋଇଛି | କାରଣ ମହାମାରୀ ସମୟରେ ସାରା ବିଶ୍ୱରେ ମାନ୍ଦାବସ୍ଥା ଜାରି ରହିଥିଵାବେଳେ ମଦ ପ୍ରତି ସଉକ ଥିବା ବ୍ୟକ୍ତି ଏତେ ଟଙ୍କାରେ ମଦ ବୋତଲଟିଏ କିଣିଛନ୍ତି |

ତେବେ ଏହି ଘଟଣାକୁ ନେଇ ଜଣେ ଅର୍ଥନିତୀ ବିଶେଷଜ୍ଞ କହିଛନ୍ତି ଯେ ଲୋକ ଆଜିକାଲି ଅନ୍ୟଥିରେ ନିବେଶ ଅପେକ୍ଷା ପୁରୁଣା ମଦରେ ନିବେଶକୁ ପସନ୍ଦ କରୁଛନ୍ତି | କାରଣ ପୁରୁଣା ମଦରେ ବର୍ଷ ପିଛା ମୂଲ୍ୟ ବଢିଥାଏ | ପ୍ରତି ୧୦ ବର୍ଷରେ ୪ ଗୁଣ ମୂଲ୍ୟ ବଢ଼ୁଥିବାରୁ ଏଥିରେ ନିବେଶ ପାଇଁ କିଛି ଲୋକ ଚାଁହୁଛନ୍ତି |

ସମ୍ବନ୍ଧିତ ଖବର