ଜଳିବ ୩ ଲକ୍ଷ ଦୀପ

ଲକ୍ଷ୍ନୌ,: ଅଯୋଧ୍ୟାରେ ଏଥର ଦୀପୋତ୍ସବରେ ୩ ଲକ୍ଷରୁ ଊର୍ଦ୍ଧ୍ବ ଦୀପ ଜଳିବ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ପ୍ରଥମେ ଏକ ସ୍ବତନ୍ତ୍ର ଦୀପ ଲଗାଇବେ। ଏହାପରେ ପାଖାପାଖି ୫,୦୦୦ ସ୍ବେଚ୍ଛାସେବୀ ଅଯୋଧ୍ୟାରେ ୩ ଲକ୍ଷରୁ ଊର୍ଦ୍ଧ୍ବ ଦୀପ ଲଗାଇବେ। ଦୀପୋତ୍ସବରେ ଏଥର ଯୋଗ ଦେବେ କୋରିଆର ପ୍ରଥମ ମହିଳା କିମ୍‌ ଜଙ୍ଗ ସୁକ୍‌। ଆଜି ଚୌଧୁରୀ ଚରଣ ସିଂହ ଆନ୍ତର୍ଜାତୀୟ ବିମାନ ବନ୍ଦରରେ କୋରିଆର ପ୍ରଥମ ମହିଳା କିମ୍‌ ଜଙ୍ଗ ସୁକ୍‌ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ରାଜ୍ୟର ଅନ୍ୟ ମନ୍ତ୍ରୀମାନେ।

ସମ୍ବନ୍ଧିତ ଖବର