ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଆଫ୍ରିକୀୟ ଦେଶ ଗସ୍ତରେ ଯାଇଥିବା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି ଗୁଏନାରେ ଭାରତ ସରକାରଙ୍କ ପ୍ରତିନିଧି ଭାବରେ ତିନିଟି ଏମଓୟୁରେ ସ୍ଵାକ୍ଷର କରିଛନ୍ତି | ଆଜି ଗୁଏନାରେ ପାରମ୍ପରିକ ଚିକିତ୍ସା ପଦ୍ଧତି ଓ ହୋମିଓପାଥି ଚିକିତ୍ସା କ୍ଷେତ୍ରରେ ସହଯୋଗ ସହ ଶକ୍ତି କ୍ଷେତ୍ରରେ ଦୁଇଟି ଏମଓୟୁ ସ୍ୱାକ୍ଷରିତ ହୋଇଛି | ସେହିପରି ଭାରତ ସରକାରଙ୍କର ‘ଇ-ବିଦ୍ୟାଭାରତୀ’ ଓ ‘ଇ-ଆରୋଗ୍ୟଭାରତ’ ନେଟୱାର୍କରେ ସହଯୋଗ ପାଇଁ ଗୋଟିଏ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି |
ଏହାସହ ଭାରତ ଗୁଏନାରେ ୧୭୦ ମିଲିୟନ ଡଲାର ବ୍ୟୟରେ ନିର୍ମିତ ଜଳ ସଂଯୋଗ ପ୍ରକଳ୍ପକୁ ସହଯୋଗ କରିବ ବୋଲି ଘୋଷଣା କରିଛି | ଜାମ୍ବିଆ ସହ ମଧ୍ୟ ଜୁଲାଇ ୩୧ ତାରିଖରେ ମେଡିକାଲ ଓ ହୋମିଓପାଥିରେ ସହଯୋଗ ନେଇ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା |
ଜାମ୍ବିଆରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଏକ କାର୍ଯ୍ୟକ୍ରମ ସହ ଜାତିର ପିତା ମହାତ୍ମାଗାନ୍ଧୀ ଓ ଖଦି ସମ୍ପର୍କିତ ଏକ ପ୍ରଦର୍ଶନୀର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦଘାଟନ କରିଥିଲେ | ଏଠାରେ ସୂଚନା ଥାଉ କି ପଶ୍ଚିମ ଆଫ୍ରିକାର ତିନିଟି ଦେଶ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଯାଇଛନ୍ତି |