ଦେଶରେ ୩ୟ ମଙ୍କିପକ୍ସ ମାମଲା କେରଳର ମାଲାପ୍ପୁରମକୁ ଚିହ୍ନଟ

କୋଚି : କେରଳର ଦେଶର ୩ୟ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । କେରଳ ମାଲାପ୍ପୁରମର ଜଣେ ୩୫ ବର୍ଷୀୟ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ଥିବା ଜଣାଯାଇଛି । ସେ ୟୁଏଇରୁ ଜୁଲାଇ ୬ରେ ଭାରତ ଫେରିଥିଲେ । ଜ୍ବର ହେବାକୁ ସେ ମଞ୍ଜରି ମେଡିକାଲ କଲେଜରେ ୧୩ ତାରିଖରେ ଭର୍ତ୍ତି ହୋଇଥିଲେ ଓ ଜୁଲାଇ ୧୫ରୁ ତାଙ୍କ ଶରୀରେ ଲକ୍ଷଣ ଦେଖାଯାଇଥିଲା । ଏହା ପରେ ତାଙ୍କ ନମୁନା ନିଆଯାଇଥିଲା, ଯାହାକି ପଜିଟିଭ ବାହାରିଥିଲା । ଏହା ପରେ ତାଙ୍କ ପରିବାର ଲୋକଙ୍କୁ ବି ପର୍ଯ୍ୟବେକ୍ଷଣରେ ରଖାଯାଇଛି ।

ଗତ ୧୪ ତାରିଖରେ ଭାରତରେ ପ୍ରଥମ ମଙ୍କିପକ୍ସ ମାମଲା କେରଳରେ ଚିହ୍ନଟ ହୋଇଥିଲା । ୟୁଏଇରୁ କେରଳର କୋଲ୍ଲାମକୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ମଙ୍କିପକ୍ସ ଭୁତାଣୁ ଚିହ୍ନଟ ହୋଇଥିବା କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଥିଲେ । ଉକ୍ତ ବ୍ୟକ୍ତି ଗତ ୧୨ ତାରିଖରେ ୟୁଏଇରୁ ଆସି କେରଳର ତିରୁଅନନ୍ତପୁରମରେ ଓହ୍ଲାଇଥିଲେ । ସେହିପରି ଜୁଲାଇ ୧୮ରେ ଦେଶର ୨ୟ ମଙ୍କିପକ୍ସ ମାମଲା କେରଳରପ କୁନ୍ନୁରରେ ଚିହ୍ନଟ ହୋଇଥିଲା । ସେ ବି ଦୁବାଇରୁ ଆସିଥିଲେ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ମଙ୍କିପକ୍ସ ହେଉଛି ପଶୁଙ୍କ ଶରୀରରୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥିବା ଏକ ଭୁତାଣୁ । ଏହା ସାଧାରଣତଃ ମିଳିମିଳା ପରି ଦେଖାଯାଇଥାଏ । ତେବେ ଏହା ସେତେଟା ମାରାତ୍ମକ ନୁହେଁ ।

ସମ୍ବନ୍ଧିତ ଖବର