ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୬୧.୧୯ ପ୍ରତିଶତ ମତଦାନ : ଭୋଟ୍ ଦେଲେ ଧୋନି, ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ

ରାଞ୍ଚି: ଝାଡ଼ଖଣ୍ଡରେ ଆଜି ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ହୋଇଛି | ୧୭ଟି ଆସନ ପାଇଁ ହୋଇଥିବା ଏହି ମତଦାନରେ ମୋଟ ଭୋଟରଙ୍କ ମଧ୍ୟରୁ ୬୧.୧୯ ପ୍ରତିଶତ ଲୋକ ଭୋଟ ଦେଇଛନ୍ତି | ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ୩୫ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ | ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ସହ ପୂର୍ବତନ କ୍ରିକେଟର ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ମଧ୍ୟ ଆଜି ଭୋଟ ଦେଇଛନ୍ତି |

୧୭ଟି ଆସନରୁ ୭ଟି ଆସନରେ ବିଜେପି, କଂଗ୍ରେସ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମଧ୍ୟରେ ସିଧାସଳଖ ମୁକାବିଲା ହୋଇଛି | ତେବେ ଭୋଟ ଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ଅପିଲ କରିଥିଲେ | ମୋଦୀ ବିଶେଷ କରି ଯୁବପିଢିଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ |


ଆସନ୍ତା ଡିସେମ୍ବର ୨୩ରେ ଫଳାଫଳ ପ୍ରକାଶ ପାଇବ | ଏଠାରେ ସୂଚନା ଥାଉ କି ୨୦୧୪ ବିଧାନସଭା ନିର୍ବାଚନରେ ଏହି ୧୭ଟି ଆସନ ମଧ୍ୟରୁ ବିଜେପି ୧୦ଟି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ତିନିଟି ଓ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଥିଲେ |

ସମ୍ବନ୍ଧିତ ଖବର