କରୋନାର ୩ୟ ଲହର ନିଶ୍ଚିତ ଆସିବ, ସରକାର ଓ ଜନ ସାଧାରଣ ସତର୍କ ରୁହନ୍ତୁ : ଆଇଏମଏ

ନୂଆଦିଲ୍ଲୀ : କରୋନାର ୩ୟ ଲହର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରମାନେ ସତର୍କତାର ସ୍ତରକୁ ଢିଲା କରିବା ଉଚିତ ନୁହେଁ ବୋଲି ଭାରତୀୟ ଡାକ୍ତରୀ ସଂଘ (ଆଇଏମଏ) ସତର୍କ କରାଇଦେଇଛି ।

ସଂଘ ପକ୍ଷରୁ କୁହାଯାଇଛି ଯେ ବିଶ୍ବର ଅନ୍ୟ ଦେଶଗୁଡିକରେ ଦେଖାଦେଇଥିବା ପରିସ୍ଥିତି ଓ ମହାମାରୀଗୁଡ଼ିକର ଇତିହାସ ଦେଖିଲେ ଜଣାପଡ଼ୁଛି ଯେ  କରୋନା ମହାମାରୀର ୩ୟ ଲହର ନିଶ୍ଚିତ ଆସିବ । ମାତ୍ର ଦୁଃଖର ସହ କହିବାକୁ ପଡୁଛି ଯେ ଆମଦେଶର ଜନସାଧାରଣ ଓ କେତେକ ଅଞ୍ଚଳର ପ୍ରଶାସନ ପୁଣି ଢିଲା ହୋଇଯାଇଛନ୍ତି । ଉପଯୁକ୍ତ କରୋନା କଟକଣା ନମାନି ଲୋକମାନେ ପୁଣି ଗହଳି କରିବା ଆରମ୍ଭ କରିଦେଇଛନ୍ତି ।

ସଂଘ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ତୀର୍ଥଯାତ୍ରା, ଅବସର ବିନୋଦନ, ପର୍ଯ୍ୟଟନ ଆଦିର ଆବଶ୍ୟକତା ରହିଛି । କିନ୍ତୁ ଆମେ ସମସ୍ତେ ଟିକା ନେବା ପର୍ଯ୍ୟନ୍ତ ଅପେକ୍ଷା କଲେ କ୍ଷତି କଣ ? ଟିକା ନ ନେଇ ଜନଗହଳି କରିବା ଦ୍ବାରା ଆମେ କରୋନାର ୩ୟ ଲହରକୁ ଡାକି ଆଣିବା ।

ସମ୍ବନ୍ଧିତ ଖବର